Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସା; ନିଷ୍ପତ୍ତି ବଦଳାଇଲେ ମୁଖ୍ୟମନ୍ତ୍ରୀ, ଇସ୍ତଫା ପତ୍ର ଚିରି ଦେଲେ ସମର୍ଥକ

ଇମ୍ଫାଲ: ମଣିପୁର ହିଂସାକୁ ଏହା ଭିତରେ ୨ ମାସ ମିତିଗଲାଣି। ଥମୁନି ହିଂସା। ହିଂସା ବଢୁଥିବାରୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଏହି ଖବର ପ୍ରଚାର ହେବା ପରେ ଏନ୍, ବୀରେନଙ୍କ ସମର୍ଥକ ପ୍ରତିବାଦ କରିବା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନାହିଁ ବୋଲି ନାରାବାଜି କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ।

ଆଉ ସମର୍ଥକଙ୍କ ପ୍ରତିବାଦ ଦେଖି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ। ସେ ଟ୍ୱିଟ୍ କରି ଲେଖିଛନ୍ତି, ଏହି ସମୟରେ ମୁଁ ଇସ୍ତଫା ଦେବି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏ ଟ୍ୱିଟ୍ ପରେ ତାଙ୍କ ମହିଳା ସମର୍ଥକମାନେ ଇସ୍ତଫା ପତ୍ର ଚିରି ଦେଇଥିବା ଜଣାପଡିଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ ଆଜି ଇସ୍ତଫା ଦେଇଥାନ୍ତେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ। କିନ୍ତୁ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ