Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗୋଷ୍ଠି ଶିକ୍ଷା ବିଭାଗ ର କାର୍ଯ୍ୟ ରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁବ୍ବର୍ଣ୍ଣେଶ୍ୱରୀ ବେଦବାକ ଶୁକ୍ରବାର ଚାକିରିରୁ ଅବସର ନେଇଥିବା ଜଣା ପଡ଼ିଛି।ଏହି ଅବସରରେ ବ୍ଲକ ସଦର ଉପ୍ରା ବିଦ୍ୟାଳୟ ଠାରେ କର୍ଲାମୁଣ୍ଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ସଭା କାର୍ଯ୍ୟ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ରୋହିତ କୁମାର ରଣା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେବିଦାୟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁବର୍ନେଶ୍ୱରି ବେଦବାକ ,ସମ୍ମାନିତ ଅତିଥି ଭାବେ ଶିକ୍ଷକ ସଂଘ ସମ୍ପାଦକ ସୁଦର୍ଶନ ସାହୁ, କର୍ଲାମୁଣ୍ଡା ଉ. ପ୍ରା. ବି ର ପ୍ରଧାନ ଶିକ୍ଷକ ରିଟନ ନାଗ, , ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ଦୁର୍ଗାପ୍ରସାଦ ସାହୁ ସଂଯୋଜନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଉଜ୍ଜଳ କୁମାର ସାହୁ, କ୍ଷୀରସାଗର ସାହୁ, ସଞ୍ଜୟ ଦାସ, ଗୋପମଣି ସାହୁ, ଦୁଷ୍ମନ୍ତ ଲେଙ୍କା, ଅନ୍ତର୍ଯ୍ୟାମୀ ମଲ୍ଲିକ,ତୁଲାମତି ସାହୁ, ପ୍ରଶାନ୍ତ ମିଶ୍ର, ଐଶ୍ୱର୍ଯ୍ୟ ସାହୁ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ