Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମଙ୍ଗଳପୁର ଗାଁ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ, ସ୍ଥିତି ଅନୁଧ୍ୟାନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ

କୋକସରା:. ଗାଁ କୁ ସଂଯୋଗ କରୁଥିବା ଦୁଇ ପଟ ର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଗ୍ରାମବାସୀ।କୋକସରା ବ୍ଲକ ର ଶେଷ ସୀମାନ୍ତ ରେ ଥିବା ଏହି ଗାଁ ଟି ପ୍ରଶାସନ ର ଅବହେଳା କାରଣରୁ ମୌଳିକ ସମସ୍ୟା ଦେଇ ଗ୍ରାମବାସୀ ମାନେ ଜୀବନ କାଟୁଛନ୍ତି। ଗୋଟିଏ ପଟେ କୋକସରା ଓ ଅନ୍ୟପଟେ ଧର୍ମଗଡ ବ୍ଲକ କୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି।ବିଭିନ୍ନ ସମୟରେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଛନ୍ତି ହେଲେ କିଛି ସୁଫଳ ମିଳିନାହିଁ। ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ଗାଁ କୁ ସଂଯୋଗ କରୁଥିବା ରାସ୍ତା ଅଳ୍ପ ବର୍ଷା ରେ କାଦୁଅ ହୋଇ ପଡୁଛି ଫଳରେ ଗ୍ରାମବାସୀ ଗାଁ ରୁ ଅନ୍ୟତ୍ର ଯାତାୟାତ କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏନେଇ ଗ୍ରାମ ର ଜଣେ ଶିକ୍ଷିତ ଯୁବକ ଶୁଭମ ନାଗ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବା ପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଙ୍ଗଳପୁର ଗାଁ ରେ ପହଞ୍ଚି ଯୁବକ ଶୁଭମ ନାଗ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରି କମ ଦିନ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବ୍ଲକ ଉପାଧ୍ୟକ୍ଷ ଙ୍କ ଯୁବ ସହ ସମାଜସେବୀ ସଞ୍ଜୟ ସିଙ୍ଘଲ,ରବି ନାରାୟଣ ଦାସ, ସନ୍ତୋଷ ଦାସ ଉପସ୍ଥିତ ରହିଥିଲେ।