ଆରମ୍ଭ ହେଲା ଅମରନାଥ ଯାତ୍ରା; ବାବାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ


ଜମ୍ମୁକଶ୍ମୀର: ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଅମରନାଥ ଦର୍ଶନ ପାଇଁ ପ୍ରଥମ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଯାତ୍ରାରେ କରିଛନ୍ତି ୩ହଜାର ୪୮୮ ତୀର୍ଥଯାତ୍ରୀ ।

ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦକ୍ଷିଣ କାଶ୍ମୀର ହିମାଳୟ ଉଚ୍ଚ ପାହାଡ଼ରେ ଅବସ୍ଥିତ ବାବା ଅମରନାଥଙ୍କ ଗୁମ୍ଫା। ପ୍ରାୟ ୩ ହଜାର ୮୮୦ ମିଟର ଉଚ୍ଚ। ଏହି ଯାତ୍ରା ୬୨ ଦିନର ଯାତ୍ରା ହେବ। ଏଥିପାଇଁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ୬୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସୂଚନା ମିଳିଛି।