Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିଟି ବି ଜେ ପି ପକ୍ଷରୁ ଗରୀବ କଲ୍ୟାଣ ସମାବେଶ ଅନୁଷ୍ଠିତ।

ଗୋପାଳପୁର,୦୧/୦୭: ଚିକିଟି ନିର୍ବାଚନ ମଣ୍ଡଳୀ ଚିକିଟି ବ୍ଲକ ପିତାତଳି ଜୋନ ଗିରିସୋଲା ପଞ୍ଚାୟତ ରାମଚନ୍ଦ୍ରପଲ୍ଲୀ ଗ୍ରାମରେ
ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଅଧ୍ୟକ୍ଷତା ରେ ଗରୀବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି ତଥା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର , ବ୍ରହ୍ମପୁର ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ ଦାସ) ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମୀନା ଦ୍ୟାନ ସାମନ୍ତରା ,ଚିକିଟି ପୂର୍ବତନ ଅଧ୍ୟକ୍ଷ କାତିଲା ନରସିଂହ ମୂର୍ତ୍ତି, ପାତ୍ରପୁର ବ୍ଳକ ଅଧ୍ୟକ୍ଷା ୱଇ. ସଂଯୁକ୍ତା ରେଡି,ପିତାତଳି ମଣ୍ଡଳ ପ୍ରଭାରି ଡମ୍ବରୁ ରେଡି,ଗିରିସୁଲା ମଣ୍ଡଳ ସଭାପତି ରେଣୁକିଶ୍ଵର ରେଡି,ସୁରଳ ମଣ୍ଡଳ ସଭାପତି ବାବାଜୀ ଓଡିଆ, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ,ବିଜେପି ଜିଲ୍ଲା ଉପସଭାପତି ୱାଇ. ମୋହନ ରାଓ,ଜିଲ୍ଲା ପରିଷଦ ସଭ୍ୟ ଏମ. କାମରାଜୁ,ସନ୍ତୋଷ ପାତ୍ର, ବାଲାଜୀ ପାଢ଼ୀ,ସଦାନନ୍ଦ ନାୟକ,ଗୈରାଙ୍ଗ ପାଣିଗ୍ରାହୀ, ଲଳିତା ପ୍ରଧାନ, ରଞ୍ଜନ ପ୍ରଧାନ,,ଦୁଷ୍ମନ୍ତ ପାଣିଗ୍ରାହୀ, ଇଶୁରୁ ବାଲ କ୍ରିଷ୍ଣା ରେଡ୍ଡୀ, ଇଶୁରୁ କାଳିଦାସ ରେଡି,କିରଣ ଅଧିକାରୀ ସହ ବହୁ ସରପଞ୍ଚ,ସମିତିସଭ୍ୟ ମଞ୍ଚାସିନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଭିଭାଷଣ କର୍ମୀ ମାନେ ପରଦା ମାଧ୍ୟମ ରେ ଶୁଣିଥିଲେ। ଚିକିଟି ରେ ବି ଜେ ଡି ଶାସନ ର ଗୁଣ୍ଡାରାଜ କୁ ହଟାଇବା ପାଇଁ ନେତା ମାନେ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ୨୦୨୪ ରେ ଚିକିଟି ରେ ବି ଜେ ପି ଶାସନ କରିବ ତାହାର ଗୁରୁମନ୍ତ୍ର ନେତା ମାନେ କର୍ମୀ ମାନଙ୍କୁ ଦେଇଥିଲେ। ମଞ୍ଚାସିନ ଥିବା ନେତା ଗଣ କେନ୍ଦ୍ର ବିଜେପି ସରକାର ର ୯ ବର୍ଷ ପୂର୍ତ୍ତି ଅବସରରେ ଏହି ୯ ବର୍ଷ ରେ ହୋଇଥିବା ଭାରତ ବର୍ଷର କାର୍ଯ୍ୟକଳାପ ବିଷୟରେ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ କର୍ମୀମାନଙ୍କୁ ଗୁରୁ ମଂତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ହଜାର ହଜାର ବିଜେପି ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ