ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟରୁ ଧର୍ମଶାଳା- ଗରିଆମୁଣ୍ଡା ଦେଇ ରେଢାଖୋଲ ଓ ବୌଦ୍ଧ କୁ ସଂଯୋଗ କରୁଥିବା ରାସ୍ତା ଏକ ପ୍ରମୁଖ ରାସ୍ତା ଅଟେ।ଉକ୍ତ ରାସ୍ତା ଟି ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଏବେ ଏହି ରାସ୍ତାର ପ୍ରସସ୍ତି କରଣ ସହିତ ଉନ୍ନତି କରଣ କରାଯିବ । ଏନେଇ ପୂର୍ତ୍ତ ବିଭାଗ ତରଫରୁ ପ୍ରସ୍ତୁତି ମଧ୍ୟ ସରିଛି । ମାତ୍ର ଉକ୍ତ ରାସ୍ତା ଟି ସୁବଳୟା ଦେଇ କରା ନ ଯାଇ ଗୋବିନ୍ଦପୁର ଦେଇ କରାଯିବ ବୋଲି ଶୁଣିବାକୁ ମିଳିଛି । ତେଣୁ ଏନେଇ ରବିବାର ଅପରାହ୍ନରେ ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବଳୟା ଅଂଚଳର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଭାବେ ପରିଚିତ ଥିବା ବେଳେ ଏଠାକୁ ପ୍ରତ୍ୟହ ସୁବର୍ଣ୍ଣପୁର , ବୌଦ୍ଧ ଓ ସମ୍ବଲପୁର ଜିଲାରୁ ବ୍ୟବସାୟୀ ଓ ଗ୍ରାହକମାନେ ଜିନିଷପତ୍ର କିଣାବିକା ବକରିବା ପାଇଁ ଆସିଥାନ୍ତି । ଏହା ସହିତ ସ୍କୁଲ ଓ କଲେଜ କୁ ବିଭିନ୍ନ ସ୍ଥାନରୁ ଦୈନିକ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଆସିଥାନ୍ତି । ତେଣୁ ଉକ୍ତ ରାସ୍ତାଟି ସୁବଳୟା ଦେଇ କରାଯିବାକୁ ଦାବୀ ହେଉଛି । ଏହାର ପ୍ରତିବାଦ ରେ ସୋମବାର ସ୍ଥନୀୟ ଉପଜିଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସହିତ ଦାବୀ ପୂରଣ ନ ହେଲେ ଏହାର ପ୍ରତିବାଦରେ ଆଗାମୀ ୬ ତାରିଖରେ ଗୋବିନ୍ଦପୁର ଛକ ଓ ସୁରବାଲି ବ୍ରିଜ ଛକ ଠାରେ ରାସ୍ତାରୋକ କରାଯିବ ବୋଲି ବୈଠକରେ ନିସ୍ପତ୍ତି ନିଆଯାଇଛି।ବୈଠକରେ ସ୍ଥାନୀୟ ସମିତିସଭ୍ୟା ଲିଲି ମେହେର , ପୂର୍ବତନ ସରପଞ୍ଚ ପ୍ରତିନିଧି ଲଳିତ ପାତ୍ର , ଯଦୁମଣି ମେହେର , ହରପ୍ରସାଦ ସାହୁ , ଉପେନ୍ଦ୍ର ଦାଶ , ସଦାନନ୍ଦ ମହାନନ୍ଦ , ଡମ୍ବରୁଧର ମେହେର ,. ଭାଜପା ସୁବଳୟା ମଣ୍ଡଳ ସଭାପତି ଶରତ ମିଶ୍ର ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ l
ସୁବଳୟା ଦେଇ ପୂର୍ତ୍ତବିଭାଗ ରାସ୍ତା କରିବା ଦାବିରେ ବୈଠକ
