Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ଘର ଉପରେ କିଏ ଉଡାଇଲା ଡ୍ରୋନ୍‌?; ଚାଲିଛି ଛାନ୍‌ଭିନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ଉପରେ ଏକ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିବା ପରେ ଚହଳ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡିବା ଦେଖି ଉତ୍ତେଜନା ସୃଷ୍ଟି ହୋଇଛି। ନୋ ଫ୍ଲାଏ ଜୋନ୍‌ରେ ଡ୍ରୋନ୍ ଉଡ଼ିବାର ଖବର ପାଇବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଯାଇଛି। ଏହି ପ୍ରସଙ୍ଗରେ ଏସପିଜି ମଧ୍ୟ ସକ୍ରିୟ ହୋଇଛି। ତଥାପି ଏହା ଉପରେ କିଭଳି କୌଣସି ଡ୍ରୋନ୍ ଉଡିଲା ଏବଂ କିଏ ଏହାକୁ ପଠାଇଥିଲା ସେ ନେଇ ଛାନଭିନ୍ ଆରମ୍ଭ କରିଛନ୍ତି ଏସପିଜି ଓ ପୁଲିସ ।

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡିବା ଘଟଣାରେ ଏସପିଜି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ନୋ ଫ୍ଲାଇଙ୍ଗ୍ ଜୋନ୍‌ରେ ଡ୍ରୋନ୍ ଉଡ଼ାଣ ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ପାଇଥିଲା। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ କହିଛି ଯେ ସକାଳ ୫.୩୦ରେ ଏସପିଜି ପୋଲିସ ସହ ଯୋଗାଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି।

More Stories