Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା; ଚାକିରିରୁ ବିଦା ହେଲେ ଡେଲିଭରି ବଏ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି। ପିଜା ବିତରଣ କରୁଥିବା ଏକ ଡେଲିଭରି ବଏ୍‌ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଛନ୍ତି। ବର୍ତ୍ତମାନ ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ଲାଗିଲା ଭଳି କଣ ଅଛି। ବାସ୍ତବରେ, ଡୋମିନୋସ ଦ୍ୱାରା ପ୍ରଦତ୍ତ କଣ୍ଟାକ୍ଟ ଡି‌ଟେଲସ ମାଧ୍ୟମରେ ଡେଲିଭରି ବଏ ଜଣକ ମହିଳାଙ୍କ ନମ୍ବର ପାଇଥିଲେ। ତା’ପରେ ସେ ତାଙ୍କୁ କଲ କରିଥିଲେ। ଏହି ଘଟଣା ହେତୁ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍‌ସ ଗୁଡିକର ଅପବ୍ୟବହାରକୁ ନେଇ ଚିନ୍ତା ବଢିଛି ଏବଂ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବାସ୍ତବରେ ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ କନିଷ୍କା ଦଧୀଚି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ସହ ଘଟିଥିବା ଏହି ଘଟଣାକୁ ଟ୍ବିଟରରେ ପୋଷ୍ଟ କରିଥିଲେ। ସେ ଡେଲିଭରି ବଏର ହ୍ବାଟସ୍ ଆପ୍ ମେସେଜ୍ ର ସ୍କ୍ରିନସଟ୍ ମଧ୍ୟ ସେୟାର୍ କରି କହିଛନ୍ତି ଯେ କବୀର ନାମକ ଏକ ଡେଲିଭରି ବଏ ତାଙ୍କୁ ପ୍ରେମ ନିବେଦନ କରିଛି।

ଏହି ଘଟଣା ଯୋଗୁଁ ସେ ବିଚଳିତ ଏବଂ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। କନିଷ୍କାଙ୍କ ଏହି ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍ ଭାଇରାଲ ହେବା ପରେ ୟୁପି ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା। ଡୋମିନୋସ ପିଜା ଡେଲିଭରି ବଏ କବୀରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଜଣାପଡିଛି।