Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ନିରାଶ ହେଲେ ସିସୋଦିଆ; ମିଳିଲାନି ଜାମିନ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ। ଦିଲ୍ଲୀ ହାଇକୋର୍ଟରୁ ମୀଷଙ୍କୁ କୌଣସି ଆଶ୍ବସ୍ତି ମିଳିଲାନି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାର କରିଛତନ୍ତି। ଉକ୍ତ ମାମଲାରେ ପୂର୍ବତନ ଆମ୍ ଆଦମୀ ପାର୍ଟି ମିଡିଆ ଦାୟିତ୍ୱରେ ଥିବା ପୂର୍ବତନ ସଞ୍ଚାର ନିର୍ଦ୍ଦେଶକ ବିଜୟ ନାଗର, ଅଭିଷେକ ବୋଇନପଲ୍ଲୀ, ବିନୟ ବାବୁଙ୍କ ଜାମିନ ଆବେଦନକୁ କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ମନିଷ ସିସୋଦିଆଙ୍କୁ ମାର୍ଚ୍ଚ ୯ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଏହାପୂର୍ବରୁ ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କୁ ୮ ଘଣ୍ଟା ଜେରା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ