Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜିତ ପାୱାରଙ୍କୁ ବଡ ଝଟକା;  ଶପଥ ଗ୍ରହଣ ଉତ୍ସବରେ ସାମିଲ ସାଂସଦ ନେଲେ ୟୁ-ଟର୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ବେଶ୍ ସରଗରମ ହୋଇପଡିଛି। ରା‌ଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କୁ ଝଟକା। ଅଜିତ ପାୱାରଙ୍କ ସହ ଶପଥ ସମାରୋହରେ ଉପସ୍ଥିତ ଥିବା ସାଂସଦ ପଟ୍ଟ ପରିବର୍ତ୍ତନ କରିଛନ୍ତି। ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ଶରଦ ପାୱାରଙ୍କ କ୍ୟାମ୍ପକୁ ଫେରିଛନ୍ତି।

ରବିବାର ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତ ପାଟିଲ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ, ଶପଥ ଉତ୍ସବ ପରଦିନ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ହାଜର ହୋଇଥିଲେ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ସୋମବାର ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ।

ଏହି ସମୟରେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ବରଖାସ୍ତ କରିଛି। ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ ଦଳର ପ୍ରତୀକ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ, ଯଦି ଏପରି କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସବୁ ଭିତରେ ଶରଦ ପାୱାରାରେ ସତାରାରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅଜିତ ପାୱାର ଗତକାଲି ଶପଥ ନେଇଥିବା ନେତାଙ୍କ ସହ ବୈଠକ କରିଛନ୍ତି । ​

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ