Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୧୩ ରେ ଚନ୍ଦ୍ରାୟନ ୩; ତୃତୀୟ ଥର ପାଇଁ ଜହ୍ନକୁ ଯାତ୍ରା କରିବ ଭାରତ

ନୂଆଦିଲ୍ଲୀ: ଜୁଲାଇ ୧୩ ରେ ଲଞ୍ଚ କରିବ ଚନ୍ଦ୍ରାୟନ ୩। ଆରମ୍ଭ ହେବ ମିଶନ ପକ୍ରିୟା । ଏନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) । ଭାରତୀୟ ମହାକାଶ ଗବେଷଣା ସଂଗଠନ ଚେୟାରମ୍ୟାନ ଏସ୍.ସୋମନାଥ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରାୟନ –୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆମର ଆଶା । 

ଜୁଲାଇ ୧୩ରେ ଏହାକୁ ଲଞ୍ଚ୍ କରିବା ନେଇ ଧାର୍ଯ୍ୟ କାରାଯାଇଛି । ଯଦି କୌଣସି କାରଣ ବସତଃ ସେହିଦିନ ଏହା ଲଞ୍ଚ ନହୋଇପାରେ ତେବେ ୧୩ ରୁ ୧୯ ମଧ୍ୟରେ ଏହାକୁ ଲଞ୍ଚ କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ତେବେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । LVM-3 ରକେଟ ଯୋଗେ ଚନ୍ଦ୍ରାୟନ–୩ ଉତକ୍ଷେପଣ କରାଯିବ ।

ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି । ୨୦୧୯ ମସିହା ଜୁଲାଇ ୨୨ ତାରିଖରେ ଚନ୍ଦ୍ରଯାନ ୨ ଅଭିଯାନ ଆରମ୍ଭ ହୋଇଥିଲା । ୨୦୧୯ରେ ପ୍ରଥମ ଉତକ୍ଷେପଣ ଚେଷ୍ଟା ବିଫଳ ହୋଇଥିଲା ।

ଏଥର ଚନ୍ଦ୍ରାୟନ–୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବା ସହ ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ମଧ୍ୟ ଅନୁଧ୍ୟାନ କରିବ। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ