ବଢିଲା କମର୍ସିଆଲ ଗ୍ୟାସ ଦର 


ନୂଆଦିଲ୍ଲୀ: ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ । କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୭୮୦ ଟଙ୍କା ରହିଛି । ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧୦୩ ଟଙ୍କା ଥିବା ବେଳେ, କୋଲକାତାରେ ୧୧୨୯, ମୁମ୍ବାଇରେ ୧୧୦୨.୫୦ ରହିଛି ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୮୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ଦାମ୍ ୧୮୮୨.୫୦ ଟଙ୍କା ହୋଇଛି। ପୂର୍ବରୁ ୧୮୭୫.୫୦ ଟଙ୍କା ଥିଲା । ମୁମ୍ବାଇରେ ୧୭୩୨ ଟଙ୍କାରେ ପହଞ୍ଚିଛି, ପୂର୍ବରୁ ୧୭୨୫ ଟଙ୍କା ଥିଲା । ଚେନ୍ନାଇରେ ୧୯୩୭ଟଙ୍କାରୁ ବୃଦ୍ଧି ପାଇ ୧୯୪୪ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୮୩ ଟଙ୍କା ହ୍ରାସ ପାଇଥିଲା ।