Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଡି ଆଗରେ ହାଜର ହେଲେ ଟିନା ଅମ୍ବାନୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ରିଲାଏନ୍ସ ଏଡିଏ ଗ୍ରୁପ୍ ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀ ମଙ୍ଗଳବାର ଦିନ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ (ଫେମା) ଅନୁଯାୟୀ ଦାଖଲ ହୋଇଥିବା ଏକ ମାମଲାରେ ଇଡି ଆଗରେ ହାଜର ହୋଇଛନ୍ତି। ଏହି ମାମଲା ୧୯୯୯ ମସିହାରେ ଦାଏର ହୋଇଥିଲା। ଅନୀଲ ଅମ୍ବାନୀଙ୍କ ଜେରାର ଗୋଟିଏ ଦିନ ପରେ ଇଡି ଆଗରେ ହାଜର ହୋଇଛନ୍ତି ଟିନା।

ସୂତ୍ରରୁ ଜଣାପଡିଛି ଯେ ଅନିଲ ଅମ୍ବାନୀଙ୍କ କମ୍ପାନୀରେ ପୁଞ୍ଜି ବିନିଯୋଗ ସହ ଜଡିତ ଏକ ମାମଲା। ୬୪ ବର୍ଷିୟ ଅନିଲ ଅମ୍ବାନୀ ଏହା ପୂର୍ବରୁ ୨୦୨୦ ରେ ୟେସ ବ୍ୟାଙ୍କ ପ୍ରମୋଟର ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ।

ଗତ ବର୍ଷ ଅଗଷ୍ଟରେ ଆୟକର ବିଭାଗ ଅନିଲ ଅମ୍ବାନୀଙ୍କୁ ୨ଟି ସ୍ବିସ ବ୍ୟାଙ୍କ ଆକାଉଣ୍ଟରେ ୮୧୪ କୋଟିରୁ ଅଧିକ ବ୍ଲାକ ମନି ମାମଲାରେ ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେପ୍ଟେମ୍ବରରେ ବମ୍ବେ ହାଇକୋର୍ଟ ଅନିଲ ଅମ୍ବାନୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ ଏବଂ ତାଙ୍କ ବିରୋଧରେ କୌଣସି ଦଣ୍ଡବିଧାନ ନକରିବାକୁ ଆୟକର ବିଭାଗକୁ କହିଥିଲେ।

More Stories