Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପୂର୍ବରୁ ବିଜେପି ସଙ୍ଗଠନରେ ବଡ ପରିବର୍ତ୍ତନ; ବଦଳିଲେ ୪ ରାଜ୍ୟର ସଭାପତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଜନତା ପାର୍ଟି ରାଜ୍ୟ ସଂଗଠନରେ ବଡ ପରିବର୍ତ୍ତନ ଆଣିଛି। ବିଜେପି ୪ଟି ରାଜ୍ୟରେ ନିଜର ସଭାପତି ପରିବର୍ତ୍ତନ କରିଛି । ପଞ୍ଜାବର ଦାୟିତ୍ବ ସୁନୀଲ ଜାଖଡଙ୍କୁ ଦିଆଯାଇଛି। ପଞ୍ଜାବ ସହିତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛି । ଝାଡଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କୁ ବିଜେପି ନିଜର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେହିପରି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ତା ସହିତ ତେଲେଙ୍ଗାନାର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜି କିଶନ ରେଡ୍ଡୀ ।

2024 ଲୋକସଭା ନିର୍ବାଚନ ଏବଂ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଭିତରେ ଅନେକ ବଡ଼ ପରିବର୍ତ୍ତନ ଅଣାଯାଇଥିଲା। ଜୁଲାଇ ୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଦଳର ଅଧ୍ୟକ୍ଷ ଜେପି ନଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି.ଏଲ୍ ସାଣ୍ଟୋଶ ଆଜି ଉପସ୍ଥିତ ଥିଲେ। ଏହା ପରେ ପରିବର୍ତ୍ତନର କଳ୍ପନାଜଳ୍ପନା ତୀବ୍ର ହୋଇଥିଲା।

More Stories