Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୀନ୍‌କୁ ପୁଣି ଝଟ୍‌କା; BRI ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଚୀନ୍‌କୁ ପୁଣି ଝଟ୍‌କା ଦେଲା ଭାରତ। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ ହେଉଛି ଏସସିଓର ଏକମାତ୍ର ସଦସ୍ୟ ଯିଏ ଚୀନ୍‌ର BRI କୁ ସିଧାସଳଖ ବିରୋଧ କରିଛି ଏବଂ ଏହାକୁ ସମର୍ଥନ କରିବାକୁ ମନା କରିଦେଇଛି। ଯେତେବେଳେ କି ଅନ୍ୟ ସମସ୍ତ ଦେଶ BRI କୁ ସମର୍ଥନ କରିଛନ୍ତି।

ଚୀନ୍‌ର ଉଚ୍ଚାଭିଳାଷୀ ‘ବେଲ୍ଟ ଆଣ୍ଡ ରୋଡ୍’ ପ୍ରକଳ୍ପ (ବିଆରଆଇ) ଅନେକ ଦେଶ ଦେଇ ଗତି କରୁଛି। ଭାରତ ଏହାକୁ ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି କହିଛି। ମଙ୍ଗଳବାର ଦିନ ଭାରତ ଏସସିଓ ଶିଖର ସମ୍ମିଳନୀରେ ଏହାକୁ ସମର୍ଥନ କରିବାକୁ ମନା କରିଦେଇଛି। ଋଷ, ପାକିସ୍ଥାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ବିଆରଆଇକୁ ସମର୍ଥନ କରିଛନ୍ତି।

ଏହି ଘୋଷଣା ଅନୁଯାୟୀ, ଚୀନ୍‌ର ‘ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍’ (ବିଆରଆଇ) ପଦକ୍ଷେପକୁ ସମର୍ଥନ ଜଣାଇ କାଜାଖସ୍ତାନ, କିର୍ଗିଜ୍ ରିପବ୍ଲିକ୍, ପାକିସ୍ଥାନ, ଋଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ସହମତି ପ୍ରକାଶ କରିଛନ୍ତି। ଇଉରାସିଆନ୍ ଇକୋନୋମିକ୍ ୟୁନିଅନ୍ ଏବଂ BRI ଗଠନ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୋଗକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ମଧ୍ୟ ଏଭଳି ଉଦ୍ୟମ କରିବାବେଳେ ଏସସିଓ ଚାର୍ଟାର ମୌଳିକ ନୀତିକୁ ବିଶେଷ କରି ସଦସ୍ୟ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଆବଶ୍ୟକ ବୋଲି କହିଥିଲେ। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ