Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୋତା ଚୋରି ପଡିଲା ମହଙ୍ଗା; ୭ ବର୍ଷ ଜେଲ, ୪୧ ହଜାର ଜୋରିମାନା

ଚଣ୍ଡୀଗଡ: ହରିୟାଣାର ରେବାଡିଠାରେ ଏକ ଜୋତା ଦୋକାନରୁ ୪ ଯୋଡି ଜୋତା ଲୁଟ କରିଥିବା ଡକାୟତମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅପରାଧୀଙ୍କ ବିରୋଧରେ କୋର୍ଟ ୪୧ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

ବାସ୍ତବରେ, ଏହା ୧୨ ସେପ୍ଟେମ୍ବର ୨୦୨୧ର ଘଟଣା। ଜୋତା ଦୋକାନର ମାଲିକ ଅଶୋକ କୁମାର ରେବାଡି ମୋତି ଚୌକ ଠାରେ ଅବସ୍ଥିତ ତାଙ୍କ ଦୋକାନରେ ବସିଥିଲେ। ଏହି ସମୟରେ ବଞ୍ଜାରବାଡାରେ ରହୁଥିବା ଦୀପକ ଓ କାଳିଆ ଏକ ମୋଟାସାଇକେଲରେ ଆସି ଅଶୋକ କୁମାର ଓ ତାଙ୍କ ପଡୋଶୀ ଦୋକାନୀଙ୍କୁ ଧମକ ଚମକ ଦେଇଥିଲା । ଏହାପରେ ଦୁଇଜଣ ଦୋକାନୀଙ୍କୁ ଅପରାଧୀମାନେ ବନ୍ଧୁକ ଦେଖାଇ ୮ ହଜାର ଟଙ୍କା ମୂଲ୍ୟର ୪ ହଳ ଜୋତା ନେଇ ଫେରାର ହୋଇଯାଇଥିଲେ । ଏହାପରେ ସହରର ଅନ୍ୟ ଏକ ଦୋକାନରୁ ମଧ୍ୟ ଚୋରି କରିଥିଲେ ।

ଏନେଇ ପୋଲିସରେ ଅଭିଯୋଗ ହୋଇଥିଲା। ଏହା ପରେ କିଛି ଘଣ୍ଟା ମଧ୍ୟରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଜୋତା ଚୋରି ମାମଲାରେ ସମସ୍ତ ପ୍ରମାଣକୁ ଆଧାର କରି କୋର୍ଟ ଉଭୟ ଅପରାଧୀଙ୍କୁ ୭ବର୍ଷ ଜେଲଦଣ୍ଡ ସହ ୪୧ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।