Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ସେ ପ୍ରଥମେ ସରଗୁଲ ଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପୁଟିଗାଁ ଯୋଗେଶ୍ୱର ଶିବ ମନ୍ଦିର ର ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ପାଇଁ ଶୁଭ ଦେଇଥିଲେ l ଏହାପରେ ରିଷିଡା ଠାରେ ଏକ କଲ୍ୟାଣ ମଣ୍ଡପ, ଶିବ ମନ୍ଦିରରେ ପ୍ରହରୀ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ l ଏଥିସହିତ ବନ ବିଭାଗ ଆୟୋଜନରେ ରିଷିଡା ବାପୁଜୀ ହାଇସ୍କୁଲ, ଜେ କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଠାରେ ଆୟୋଜିତ ବନ ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଗଛ ଲଗାଇ ପରିବେଶ ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ l ତାଙ୍କ ସହିତ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମ. ରାମପୁର ବନାଞ୍ଚଳ ରୁ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ,ବନପାଳ ସମ୍ପଦ କୁମାର ,ବନପାଳ ରତ୍ନାକର ଧାରୁଆ ,ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବିକାଶ ଅଧିକାରୀ ସଦାନନ୍ଦ ପଧାନ, କୁନୁ ଛାତ୍ରୀଆ ଉପସ୍ଥିତ ଥିଲେ ।କଲ୍ୟାଣ କଲ୍ୟାଣ ମଣ୍ଡପ ଉଦଘାଟନ ସମୟରେ ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀ, ସରପଞ୍ଚ ସେବତୀ ରଣା ମଧ୍ୟ୍ୟ ଉପସ୍ଥିତ ଥିଲେ l ଏଥିରେ ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣା, ସମ୍ପାଦକ ନରୋତ୍ତମ ସେଲମା, ଅନ୍ତର୍ଯ୍ୟାମୀ ସାହୁ, ନେମିଚାନ୍ଦ ଜୈନ, ଶିବଲାଲ କେଡ଼ିଆ, ସୋନୁ ରଣା, ଲିପୁନ ରଣା, ସିମାଞ୍ଚଳ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ