Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଚ ହେଲା କାଳ; ନାଚି ନାଚି ଚାଲିଗଲା ୪୦୦ ଜୀବନ

ପ୍ୟାରିସ: ୫୦୫ ବର୍ଷ ପୂର୍ବେ ଫ୍ରାନ୍ସର ଷ୍ଟ୍ରାସବର୍ଗ ସହରରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଯାହା ୧୫୧୮ ମସିହାରେ ଫ୍ରାନ୍ସର ଷ୍ଟାର୍ସବର୍ଗ ସହରରେ ଦେଖା ଦେଇଥିଲା ଏହି ରୋଗ । ଏହି ରୋଗରେ ଆକ୍ରାନ୍ତ ଲୋକମାନେ ଘରୁ ବାହାରି ଆସି ହଠାତ ରାସ୍ତା ଉପରେ ନାଚିବା ଆରମ୍ଭ କରୁଥିଲେ । ନାଚି ନାଚି କେହି  ନିସ୍ତେଜ ହୋଇପଡୁଥିଲ  ତ କାହାର ମୃତ୍ୟୁ ଘଟୁଥିଲା । ଏପରି ଘଟଣା ଦୀର୍ଘ ଦିନ ଯାଏ ଚାଲିଥିଲା ।  କେମିତି ଏ ରୋଗ ଆସିଥିଲା ଏବଂ ଏହାର ବୈଜ୍ଞାନିକ କାରଣ କ’ଣ ତାହା ଏବେ ବି ଅଜଣା ।  ତେବେ ଏହି ରୋଗ ସହ ଫ୍ରାନ୍ସରେ ଘଟିଥିବା ଏକ ଘଟଣାକୁ ଯୋଡିଥାନ୍ତି ସ୍ଥାନୀୟ ଲୋକ  ।

୧୪ ଜୁଲାଇ ୧୫୧୮ ବେଳର କଥା। ଯେତେବେଳେ ଫ୍ରାନ୍ସର ଷ୍ଟ୍ରାସବର୍ଗରେ ରହୁଥିବା ଫ୍ରାଉ ଟ୍ରୋଫିଆ ନାମକ ଜଣେ ମହିଳା ହଠାତ୍ ତାଙ୍କ ଘରୁ ବାହାରି ନାଚିବା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା ଯେତେବେଳେ ଏହି ମହିଳା ନାଚୁଥିଲେ, ସେଠାରେ କୌଣସି ଗୀତ ବାଜୁ ନଥିଲା କିମ୍ବା କେହି ଗୀତ ଗାଉ ନଥିଲେ। ମହିଳା ଜଣକ କେବଳ ନିଜ ସ୍ୱରରେ ନାଚୁଥିଲେ।

ଆଉ ଏକ ଅଦ୍ଭୁତ କଥା ହେଉଛି ନାଚିବା ସମୟରେ ଫ୍ରାଉଙ୍କର ମୁହଁରେ କୌଣସି ଭାବନା ନଥିଲା। ସେ ହସୁ ନଥିଲେ କି କାନ୍ଦୁ ନଥିଲେ। ସେ କେବଳ ଅଜ୍ଞାତ ଭାବରେ ନାଚୁଥିଲେ। ତା’ପରେ ଫ୍ରାଉଙ୍କର ଏହି କାର୍ଯ୍ୟ ଦେଖି ଅନେକ ଲୋକ ନିଜ ଘରୁ ବାହାରି ଆସିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ନୃତ୍ୟକୁ ଦେଖୁଥିଲେ। ସେମାନେ ଭାବିଲେ ଫ୍ରାଉଙ୍କର ବୋଧହୁଏ ମଦ୍ୟପାନ କରିଛନ୍ତି, ସେଥିପାଇଁ ସେ ନାଚୁଛନ୍ତି। ତେଣୁ ସେଠାରେ କିଛି ଲୋକ ତାଙ୍କୁ ପାଗଳ ଭାବି ନେଇଥିଲେ।

ତେବେ ତାଙ୍କ ନୃତ୍ୟର କାରଣ ବୁଝିବା କଷ୍ଟସାଧ୍ୟ ଥିଲା। ଫ୍ରାଉଙ୍କର ସ୍ୱାମୀ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫ୍ରାଉଙ୍କର ତାଙ୍କ କଥା ଶୁଣି ନଥିଲେ କେବଳ ନାଚିବାକୁ ଲାଗିଥିଲେ। ଫ୍ରାଉଙ୍କ ସକାଳୁ ନାଚୁଥିଲେ। ନାଚୁ ନାଚୁ ସନ୍ଧ୍ୟା ହୋଇଯାଇଥିଲା ତେବେ ବି ସେ ତାଙ୍କ ନାଚିବା ବନ୍ଦ କରିନଥିଲେ। ତାଙ୍କ ଶରୀରର ଅନେକ ଅଙ୍ଗ ଫୁଲି ଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ସେ ନାଚୁଥିଲେ। ତା’ପରେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ। ସ୍ୱାମୀ ତାଙ୍କୁ ଉଠାଇ ଘରକୁ ନେଇଗଲେ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପରଦିନ ସକାଳେ ଉଠିବା ମାତ୍ରେ ସେ ପୁଣି ନାଚିବା ଆରମ୍ଭ କରିଥିଲେ। ନା କିଛି ଖାଇଲେ ନା ପିଇଲେ। କେବଳ ନାଚିବାରେ ମଗ୍ନ ଥିଲେ ସେ। ସେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହିପରି ନାଚିଥିଲେ। ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ ନେଇ ଚିନ୍ତିତ ହୋଇପଡ଼ିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା। ଅନ୍ୟ ପଟେ, ଫ୍ରାଉଙ୍କର ପରି, ୩୪ ଜଣ ମଧ୍ୟ ହଠାତ୍ ଏହିପରି ନାଚିବା ଆରମ୍ଭ କରିଥିଲେ। ପରେ ଏହି କଥା ସହର ସାରା ବ୍ୟାପିଗଲା। ପରେ ଏହି ରୋଗର ନାମ ‘ଡାନ୍ସିଂ ପ୍ଲେଗ ‘।

ଏଭଳି ପରିସ୍ଥିତିରେ ଆକ୍ରାନ୍ତ ଲୋକଙ୍କୁ ଏହିପରି ନାଚିବାକୁ ଦିଆଯାଉ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଯେତେବେଳେ ସେମାନଙ୍କର ଶରୀରର ତାପମାତ୍ରା କମିଯିବ, ସେମାନେ ନାଚିବା ବନ୍ଦ କରିବେ। ଏହିପରି ରୋଗୀଙ୍କ ପାଇଁ ଏକ ପୃଥକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏକ ଖାଲି ସ୍ଥାନକୁ ଏକ ନୃତ୍ୟ ମହଲରେ ପରିଣତ କରାଯାଇଥିଲା। ସେମାନଙ୍କ ସହ ନାଚିବା ପାଇଁ କିଛି ନୃତ୍ୟଶିଳ୍ପୀଙ୍କୁ ସେଠାରେ ରଖାଯାଇଥିଲା। କିନ୍ତୁ ଏହାର କୌଣସି ଲାଭ ହୋଇନଥିଲା। କାରଣ ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ ଲାଗିଲା।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ସେତେବେଳେ କିଛି ଲୋକ ଏହି ଘଟଣାକୁ ଅନ୍ଧବିଶ୍ୱାସ ସହିତ ଯୋଡିବା ଆରମ୍ଭ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ସେଣ୍ଟ ଭାଇଟସଙ୍କ ଅଭିଶାପ ଯୋଗୁଁ ଏହା ଘଟୁଛି। ବାସ୍ତବରେ, ଅନେକ ଶତାବ୍ଦୀ ପୂର୍ବରୁ ସେଣ୍ଟ ଭାଇଟସଙ୍କ ନାମକ ଜଣେ ସାଧୁ ଥିଲେ, ଯାହାକୁ ଫ୍ରାନ୍ସର ଲୋକମାନେ ବହୁତ ବିଶ୍ୱାସ କରୁଥିଲେ । ବିଶ୍ୱାସ କରାଯାଉଥିଲା ଯେ ସେଣ୍ଟ ଭାଇଟସ ନୃତ୍ୟ କରି ଗୀତ ଗାଇ ଲୋକଙ୍କ ଭିତରେ ରୋଗ ଭଲ କରୁଥିଲେ।

ଲୋକମାନେ ଏହି ରୋଗରୁ ଉପଶମ ପାଇବା ପାଇଁ ଏକ ନୂତନ ଉପାୟ ଆବିଷ୍କାର କଲେ। ସେମାନେ ନୃତ୍ୟ କରୁଥିବା ଲୋକମାନଙ୍କୁ ସେଣ୍ଟ ଭାଇଟସଙ୍କ ପ୍ରାର୍ଥନା କକ୍ଷକୁ ନେବା ଆରମ୍ଭ କଲେ। ସେମାନଙ୍କ ହାତରେ କ୍ରୁଶ ଦେଇ ନାଚିବା ପାଇଁ ପ୍ରସ୍ତୁତ କରୁଥିଲେ। ଏହା ସହିତ ପବିତ୍ର ଜଳ ମଧ୍ୟ ସେମାନଙ୍କ ଉପରେ ଛିଞ୍ଚା ଯାଇଥିଲା। ଏହାକୁ ଅନ୍ଧବିଶ୍ୱାସ ବା ଆଉ କିଛି , କିନ୍ତୁ ଏହା ଅନେକ ଲୋକଙ୍କ ପାଇଁ ଏକ ପରିବର୍ତ୍ତନ ଆଣିଥିଲା। ଅନେକ ଲୋକ ଏଥିରୁ ସୁସ୍ଥ ହେବା ଆରମ୍ଭ କଲେ।

ଏହି ରୋଗ ଦୁଇମାସ ଧରି ଚାଲିଥିଲା ​​ଏବଂ ଏଥିରେ ୪୦୦ ଲୋକ ପ୍ରାଣ ହରାଇଲେ । କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ ଅନେକ ବୈଜ୍ଞାନିକ ଏହା ଉପରେ ନିଜର ସିଦ୍ଧାନ୍ତ ଦେଇଛନ୍ତି। ବୈଜ୍ଞାନିକମାନଙ୍କ ମତନୁଯାୟୀ Ergot Fungi Toxic   ଏବଂ  Carcinogenic ପ୍ରତିକ୍ରିୟା ଯୋଗୁଁ ଲୋକଙ୍କ ଭିତରେ ଏହି ରୋଗ ହୋଇଥିଲା। କାରଣ Ergot Fungi ଗହମ ଏବଂ ମକା ଜମିରୁ ବାହାରିଥାଏ । ଏହି ଫଙ୍ଗସ ମସ୍ତିଷ୍କକୁ ଯାଇ ଡ୍ରଗ୍ସ ପରି କାମ କରେ । ଲୋକଙ୍କର ନିଜ ଉପରେ ନିୟନ୍ତ୍ରଣ ରୁହେନି । 


ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ