Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସଙ୍ଗୀତକୁ ଅସମ୍ମାନ କରିବା ପଡିଲା ମହଙ୍ଗା; ୧୪ ଜଣ ଗିରଫ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଜାତୀୟ ସଙ୍ଗୀତକୁ ଅସମ୍ମାନ କରିବା ପଡିଲା ମହଙ୍ଗା। ବାନ୍ଧିଲା ପୋଲିସ। ଗତମାସ ଅର୍ଥାତ୍ ଜୁନ୍‌ରେ ଶ୍ରୀନଗରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରିବା ବେଳେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଠିଆ ହୋଇନଥିଲେ। ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା ଅଭିଯୋଗରେ ଏହି ୧୪ ଜଣଙ୍କୁ ଗିରଫ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଏନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜାତୀୟ ସଂଗୀତ ବାଜିବା ବେଳେ କିଛି ବ୍ୟକ୍ତି ଠିଆ ନହେବାରୁ ପ୍ରଶାସନ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଛି।

ଅଧିକାରୀମାନେ କହିଛନ୍ତି ଯେ ଜୁନ୍ ୨୫ ରେ ଜମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଆୟୋଜିତ ‘ପେଡାଲ୍ ଫର୍ ପିସ୍’ ସାଇକଲିଂ କାର୍ଯ୍ୟକ୍ରମ ସମାରୋହରେ ଜାତୀୟ ସଂଗୀତ କରାଯାଇଥିଲା। କିନ୍ତୁ କିଛି ଲୋକ ଠିଆ ହୋଇନଥିଲେ। ଜମ୍ମୁ କାଶ୍ମୀର ପ୍ରଶାସନ ଜାତୀୟ ସଂଗୀତକୁ ଅପମାନିତ କରିବା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହାକୁ ଉଲ୍ଲଂଘନ ଘଟଣାର ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ