Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଜୁରିଆପାଲି ରେ 74 ତମ ବନ ମହୋତ୍ସବ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କୋଟସମଲାଇ ବିଟ ର ଖଜୁରିଆପାଲି ବନ ସୁରକ୍ଷା ସମିତି ଠାରେ ଆଜି 74 ତମ ବନମହୋତ୍ସବ ପାଳିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ବନ ମହୋତ୍ସବ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇବା ସହ “ବୃକ୍ଷ ହିଁ ଜୀବନ “ର ଉପାଦେୟତା ବାବଦରେ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ ସଭ୍ୟାଙ୍କୁ ବୁଝାଇଥିଲେ I ମଣିଷର ମୁଖ୍ୟ ଆବଶ୍ୟକତା ପାଣି ଓ ପବନ ବୃକ୍ଷ ଦ୍ୱାରା ହିଁ ସମ୍ଭବ ବୋଲି ଆଲୋଚନା କରିବା ସହ ସମସ୍ତଙ୍କୁ ବହୁଳ ମାତ୍ରାରେ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ l ଏହା ପରେ ନିଜେ ଏକ ଚାରାରୋପଣ କରି ମହୋତ୍ସବ କୁ ଉଦଘାଟନ କରିବା ସହ ଉପସ୍ଥିତ ସମସ୍ତେ ଗୋଟିଏ ଲେଖାଏଁ ଚାରା ଲଗାଇ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବନସୁରକ୍ଷା ସମିତିର ସଭାପତି କିଶୋର ଗଡୁଆ , ବନପାଳ ଜଗବନ୍ଧୁ ବାରିକ , ଟିମ ଲିଡର ପଦ୍ମଲୋଚନ ଯୋଶୀ , ସଂଯୋଜିକା ସୁନୀଲା ସାହୁ , କିଶୋର ନାଏକ , ବନରକ୍ଷୀ ରଘୁମଣୀ ଭୋଇ , ପ୍ରକୃତିବନ୍ଧୁ ସତ୍ୟଜିତ ଗଡୁଆ , ଗୁପ୍ତେଶ୍ୱର ଦେହେରୀ , କଳ୍ପନା ଦେହେରୀ ଙ୍କ ସମେତ ବନ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ I