Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ପିସ୍ତଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁର ଠାରେ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ରେଞ୍ଜ ଡିଆଇଜି ବିଜୟ କୁମାର ଆଜି ସକାଳେ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଡିଆଇଜି ବିଜୟ କୁମାର ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି ।  ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଏହି ପଦବୀକୁ ସ୍ଥାନାନ୍ତର କରାଯାଇଥିଲା। ଏହାପୂର୍ବରୁ ତାଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୋଷ୍ଟ କରାଯାଇଥିଲା।

ଆଇପିଏସ୍‌ ଅଧିକାରୀ ବିଜୟ କୁମାର ୨୦୦୯ ବ୍ୟାଚ୍ ଆଇପିଏସ୍। ସେ ଅନେକ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ଆତ୍ମହତ୍ୟା ଖବର ପୋଲିସ ବିଭାଗରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ବର୍ତ୍ତମାନ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଛି। ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରୁଛି ଏକ ସ୍ୱତନ୍ତ୍ର ପୋଲିସ ଟିମ୍।

ଚଳିତ ବର୍ଷ ବିଜୟକୁମାର କୋଏମ୍ବାଟୁର ରେଞ୍ଜର ନୂତନ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପୂର୍ବରୁ ତାଙ୍କର ଶେଷ ପୋଷ୍ଟିଂ ଚେନ୍ନାଇରେ ଥିଲା। ଏହାପୂର୍ବରୁ ସେ କାଞ୍ଚିପୁରମ, କୁଡାଲୋର, ନାଗପାଟ୍ଟିନାମ, ଭଳି ଅନେକ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ଚେନ୍ନାଇରେ ସେ ଡେପୁଟି କମିଶନର ଭାବରେ କାର୍ଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ