Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କ ସଭାକୁ ଯାଉଥିଲେ; ଘଟିଲା ଭୟଙ୍କର ଦୁର୍ଘଟଣା; ୨ ମୃତ, ୬ଗୁରୁତର

ଛତିଶଗଡ: ଛତିଶଗଡ ଅମ୍ବିକାପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାରେ ଅମ୍ବିକାପୁର ଜିଲ୍ଲାର ବିଜେପି କର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରଲର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ବସ୍‌ରେ ସମୁଦାୟ ୪୦ ଜଣ ବିଜେପି କର୍ମୀ ଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତିନିଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବା ପାଇଁ ସମସ୍ତ ଲୋକ ଅମ୍ବିକାପୁରରୁ ରାୟପୁର ଯାଉଥିଲେ। ପ୍ରବଳ ବର୍ଷା ଭିତରେ ଡ୍ରାଇଭରର ଆଖି ଲାଗିଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ବସଟି ଖଣ୍ଡବିଖଣ୍ଡିତ ହୋଇଯାଇଛି ।ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବସରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ