Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଗଣା ବସ୍‌ ଟିକେଟ୍‌ ଲାଗି ହିନ୍ଦୁ ବ୍ୟକ୍ତି ପିନ୍ଧିଲେ ବୁର୍ଖା; ଆଉ ତା’ପରେ…

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ହିନ୍ଦୁ ବ୍ୟକ୍ତି ବସ୍ ଭଡ଼ାରୁ ବଞ୍ଚିତ ହେବା ପାଇଁ ବୁର୍ଖା ପିନ୍ଧିଥିଲେ। ଉକ୍ତ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ସେ ଏକ ବୁର୍ଖା ପିନ୍ଧିଛନ୍ତି ଏବଂ ହାତରେ ଏକ ବ୍ୟାଗ ମଧ୍ୟ ଧରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଶକ୍ତି ଯୋଜନା ଅନ୍ତର୍ଗତ ମାଗଣା ବସ୍ ଯାତ୍ରା କାରଣରୁ ଟିକେଟ୍ ରୁ ବଞ୍ଚିତ ହେବା ପାଇଁ ବୁର୍ଖା ପିନ୍ଧିଥିବା ଜଣାପଡିଛି। ବ୍ୟକ୍ତିଙ୍କ ନାମ ବୀରଭଦ୍ରେୟା ମଠପତି ବୋଲି କୁହାଯାଉଛି।

ବାସ୍ତବରେ, ଏହି ଘଟଣା କର୍ଣ୍ଣାଟକର ଧରୱାଡ ଜିଲ୍ଲାର, ଯେଉଁଠାରେ ଜଣେ ହିନ୍ଦୁ ବ୍ୟକ୍ତି ବସଷ୍ଟାଣ୍ଡରେ ବୁର୍ଖା ପିନ୍ଧିଥିବାର ନଜର ଆସିଥିଲେ। ସୂଚନାନୁସାରେ, ବ୍ୟକ୍ତିର ନାମ ହେଉଛି ବୀରଭଦ୍ରେୟା ମଠପତି। ଯେତେବେଳେ ଲୋକମାନେ ସନ୍ଦେହ କଲେ, ସେମାନେ ତାଙ୍କ ନିକଟକୁ ଯାଇ ପଚାରିବା ଆରମ୍ଭ କରିଥିଲେ। ଏହାପରେ ସେ ଭିକ୍ଷାବୃତ୍ତି କରିବା ଏଭଳି ବୁର୍ଖା ପିନ୍ଧିଥିବା କହିଥିଲେ। ତଥାପି ତାଙ୍କର ଉତ୍ତର ଲୋକମାନଙ୍କୁ ସନ୍ତୁଷ୍ଟ କରିପାରିନଥିଲା। କେବଳ ଏତିକି ନୁହେଁ ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡର ଫଟୋ କପି ମଧ୍ୟ ଉକ୍ତ ବ୍ୟକ୍ତିଙ୍କଠାରୁ ମିଳିଥିଲା।

ଶକ୍ତି ଯୋଜନା ଅଧୀନରେ କର୍ଣ୍ଣାଟକର ମହିଳାମାନେ ରାଜ୍ୟରେ ଚଳାଚଳ କରୁଥିବା ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଗତ ମାସରେ କାର୍ଯ୍ୟକାରୀ ହୋଇଥିବା କଂଗ୍ରେସ ଦଳର ପ୍ରଥମ ପାଞ୍ଚଟି ନିର୍ବାଚନ ପ୍ରତିଶୃତି ମଧ୍ୟରୁ ଏହା ଅନ୍ୟତମ। ୪୧.୮ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଏହି ମାଗଣା ବସ୍ ସେବାରୁ ପ୍ରତିଦିନ ଉପକୃତ ହେଉଛନ୍ତି। ରିପୋର୍ଟ ଅୁଯାୟୀ ଏହି ଯୋଜନାରେ ବାର୍ଷିକ ଆନୁମାନିକ ୪,୦୫୧.୫୬ କୋଟି ଟଙ୍କା ଖର୍ଚ୍ଚ ହେବ।

More Stories