Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Blinkit Ambulance Service: ନଭେମ୍ବର ୫ରୁ ବଦଳିଲା ନିୟମ, ନନ୍‌-ଇମର୍ଜେନ୍ସି ଆମ୍ବୁଲାନ୍ସ ପାଇଁ ଦେବାକୁ ପଡ଼ିବ ୨,୫୦୦ ଟଙ୍କା

ନୂଆଦିଲ୍ଲୀ: Blinkit ଆମ୍ବୁଲାନ୍ସ ସେବାକୁ ନେଇ ବଡ଼ ପରିବର୍ତ୍ତନ ଘୋଷଣା କରିଛି କମ୍ପାନୀ। ଏଣିକି ନନ୍‌-ଇମର୍ଜେନ୍ସି ଆମ୍ବୁଲାନ୍ସ ସେବା ଆଉ ସମ୍ପୂର୍ଣ୍ଣ ମାଗଣା ରହିବ ନାହିଁ। ନଭେମ୍ବର ୫ ତାରିଖ ଗୁରୁବାର ଦିନ Zomatoର ପ୍ରତିଷ୍ଠାତା ତଥା Eternalର ସିଇଓ ଦୀପିନ୍ଦର ଗୋୟଲ ଏହି ନୂଆ ନିୟମ ବିଷୟରେ ଘୋଷଣା କରିଛନ୍ତି। ନୂଆ ବ୍ୟବସ୍ଥା ଅନୁସାରେ, ନନ୍‌-ଇମର୍ଜେନ୍ସି ଟ୍ରାନ୍ସଫର ପାଇଁ ଗ୍ରାହକଙ୍କୁ ୨,୫୦୦ ଟଙ୍କା ଦେବାକୁ ପଡ଼ିବ। ତେବେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ।

ଦୀପିନ୍ଦର ଗୋୟଲଙ୍କ କହିବା ଅନୁସାରେ, ମାଗଣା ସେବା ଯୋଗୁଁ ଅନେକ ଲୋକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ହସ୍ପିଟାଲ ଯିବାଆସିବା ପାଇଁ ମଧ୍ୟ ଆମ୍ବୁଲାନ୍ସ ବୁକ୍‌ କରୁଥିଲେ। ଏହାଦ୍ୱାରା ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଉପଲବ୍ଧ ହେବାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥିଲା। ଏହି କାରଣରୁ ନନ୍‌-ଇମର୍ଜେନ୍ସି ସେବା ପାଇଁ ଶୁଳ୍କ ଲାଗୁ କରାଯାଇଛି।

ଏହି ସେବାରୁ ମିଳୁଥିବା ୨,୫୦୦ ଟଙ୍କାର ଶୁଳ୍କ Eternal Foundationକୁ ଦିଆଯିବ। ଏହି ଫାଉଣ୍ଡେସନ୍‌ ହିଁ Blinkitର ଆମ୍ବୁଲାନ୍ସ ସେବା ପରିଚାଳନା କରୁଛି। ତେବେ ଜରୁରୀକାଳୀନ ଚିକିତ୍ସା ସହାୟତା ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସୁବିଧା ଜାରି ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ