Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧାରୁ ଅଟକିଲା ଅମରନାଥ ଯାତ୍ରା; ଫସି ରହିଛନ୍ତି ତୀର୍ଥଯାତ୍ରୀ

ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀରର ଅନେକ ଅଞ୍ଚଳରେ ଲଗାତାର ବର୍ଷା ହେତୁ ଭୂସ୍ଖଳନ ଓ ସଡକପଥ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହି କାରଣରୁ ଅମରନାଥ ଯାତ୍ରା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ବାଲ୍ଟାଲ ଏବଂ ପହଲଗାମ ରୁଟରେ ଯାତ୍ରା ସ୍ଥଗିତ ରହିଛି। ଅଧିକାରୀଙ୍କ କହିବାନୁସାରେ, ଅମରନାଥ ଯାତ୍ରା ଶୁକ୍ରବାର ସଂପୂର୍ଣ୍ଣ ଭାବେ ସ୍ଥଗିତ ରହିବ। କାହାକୁ ଗୁମ୍ଫାକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ଅମରନାଥ ଯାତ୍ରାର ସ୍ଥଗିତାଦେଶ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ “ଯାତ୍ରାକୁ ସ୍ଥଗିତ ରଖାଯାଇଛି ଏବଂ ଆଜି (ଶୁକ୍ରବାର) ସକାଳେ କୌଣସି ଭକ୍ତଙ୍କୁ ଗୁମ୍ଫା ଆଡକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ସେମାନେ କହିଛନ୍ତି ଯେ ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଏହି କାରଣରୁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତୀର୍ଥଯାତ୍ରୀମାନଙ୍କୁ କ୍ୟାମ୍ପରେ ଅଟକାଇ ରଖାଯାଇଛି।

ପାଗ ଭଲ ହେବା ମାତ୍ରେ ଏହି ଯାତ୍ରା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ଏହା ପୂର୍ବରୁ ପ୍ରାୟ ୪.୪୫ ସମୟରେ ୭,୦୦୦ ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଥିଲେ। ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ ଯାତ୍ରା କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ୍ ୩୦ ରେ ଅମରନାଥ ଯାତ୍ରା ଆରମ୍ଭ ହେବା ପରଠାରୁ ମୋଟ ୪୩,୮୩୩ ତୀର୍ଥଯାତ୍ରୀ ଜାମ୍ମୁ ବେସ୍ କ୍ୟାମ୍ପରୁ ଉପତ୍ୟକାକୁ ଯାଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ତୀର୍ଥଯାତ୍ରୀଙ୍କ ସଂଖ୍ୟା ୮୪୦୦୦ ଅତିକ୍ରମ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ