Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିସୋଦିଆଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତାଙ୍କ ପତ୍ନୀ ଓ ଅନ୍ୟ ୩ଜଣ ଅଭିଯୁକ୍ତଙ୍କର ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ନାମରେ ଥିବା ୭୦ ଲକ୍ଷର ୨ଟି ବିଲ୍ଡିଂ ଏବଂ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍‌ କରାଯାଇଛି।

ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବ୍ୟବସାୟୀ ରାଜେଶ ଯୋଶୀ, ଅମନଦୀପ ସିଂ ଧଲ, ଗୌତମ ମଲହୋତ୍ରା। ଜବତ ହୋଇଥିବା ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ କେବଳ ୭.୨୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅସ୍ଥାବର ରହିଥିବା ଜଣାପଡ଼ିଛି।

ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ମନିଷ ସିସୋଦିଆଙ୍କୁ ମାର୍ଚ୍ଚ ୯ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଏହାପୂର୍ବରୁ ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କୁ ୮ ଘଣ୍ଟା ଜେରା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ