Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ଚଳାଇ ହଳ କଲେ, ବିଲରେ ଧାନ ତଳି ରୋଇଲେ ରାହୁଲ

ନୂଆଦିଲ୍ଲୀ: ଚାଷୀଙ୍କ ସହ ମିଶି ଧାନ ତଳି ରେଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାସହିତ ସେ ଟ୍ରାକ୍ଟର ଚଳାଇ ବିଲରେ ହଳ ମଧ୍ୟ କରିଥିଲେ।

ଯେତେବେଳେ ରାହୁଲ କ୍ଷେତରେ ଥିବା ଚାଷୀଙ୍କ ନିକଟରେ ହଠାତ ପହଞ୍ଚିଯାଇଥିଲେ ଚାଷୀମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହରିୟାଣାର ସୋନିପଥରେ ଚାଷୀଙ୍କ ସହ କ୍ଷେତରେ ଧାନ ତଳି ରୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେ ଟ୍ରାକ୍ଟର ଚଳାଇ କ୍ଷେତରେ ହଳ ମଧ୍ୟ କରିଥିଲେ। ଏହାସହିତ ସେ ଚାଷୀଙ୍କ ସହ କୃଷି ଉପରେ ଆଲୋଚନା ମଧ୍ୟ କରିଥିଲେ।

ବାସ୍ତବରେ ରାହୁଲ ଗାନ୍ଧୀ ଦିଲ୍ଲୀରୁ ଶିମଲା ଯାଉଥିଲେ। ସୋନିପଥର ମଦିନା ଗାଁରେ ଚାଷୀଙ୍କୁ ହଳ କରୁଥିବା ଏବଂ ଚାରା ରୋପଣ କରୁଥିବା ଦେଖି ସେ ତାଙ୍କ ଗାଡିକୁ ଅଟକାଇ ଚାଷୀଙ୍କ ନିକଟରେ କ୍ଷେତ ମଧ୍ୟରେ ପହଞ୍ଚିଥିଲେ।

ଏହାପୂର୍ବରୁ ଜୁନ୍ ୨୮ ରେ ରାହୁଲଙ୍କୁ ଦିଲ୍ଲୀର କରୋଲ ବାଗରେ ଏକ ବାଇକ୍ ମେକାନିକ୍ ଦୋକାନରେ ଦେଖିବାକୁ ମିଳିଥିଲା। ସେ ସେଠାରେ ମେକାନିକଙ୍କ ସହିତ କିଛି କାମ କରୁଥିବାର ଦେଖିବାକୁ ମିଳିଥିଲା।