Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିଲି ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବଣ୍ଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେଲେ କୋକସରା ବ୍ଲକ ଉପାଧ୍ୟକ୍ଷ।

କୋକସରା:୦୮/୦୭ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗାଯାତ୍ରୀ କୁମାରୀ ଷଢଙ୍ଗୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ରାଜ୍ୟ ସରକାର ଙ୍କ ଛାତ୍ରଛାତ୍ରୀ ଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷା ଓ ଶିକ୍ଷୟତନ ର ବିଷୟରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଭଲ ପଢି ସ୍କୁଲ ତଥା ବ୍ଲକ ର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ,ସମିତି ସଭ୍ୟ ପ୍ରତିନିଧି ସ୍କୁଲ ପରିଚାଳନା କମିଟିର ସଭାପତି ହୃଷିକେଶ ନାଏକ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଛନ୍ତି। ଏହି ଅବସର ରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅତିଥିମାନେ ବୃକ୍ଷରୋପଣ କରି ଛାତ୍ରଛାତ୍ରୀ ଙ୍କୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ରୋକିବା,ମଣିଷ ସମାଜ କୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ ସହ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ସ୍କୁଲ ର ଶିକ୍ଷକ।ପଦ୍ମନ ସାହୁ,ଚିତ୍ତରଞ୍ଜନ ମହାନ୍ତି, ମଳୟ ବାଗ,ଭବାନୀ ଶଙ୍କର ଶବର, ଦିବାକର ଦାସ,ଜ୍ୟୋତି ପ୍ରକାଶ ମହାନନ୍ଦ, ଶିକ୍ଷୟତ୍ରୀ ସରିତା ଧାରା ସାହୁ,ଚନ୍ଦ୍ରିକା ପ୍ରଧାନ, କଳ୍ପନା ଶବର,ବର୍ଷା ରାଣି ସାହୁ,ଦିବ୍ୟା ଶବର ଓ ସ୍କୁଲ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।