Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସିଟିଜେନ ଫୋରମ ପକ୍ଷରୁ ଚାଷି ଙ୍କୁ ସମ୍ବର୍ଦ୍ଧନା।

କୋକସରା:୦୯/୦୭ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରବିବାର କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ବ୍ଲକ ର ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।କୋକସରା ଧାନ ମଣ୍ଡି ପରିସର ରେ ଜିଲ୍ଲା ସିଟିଜେନ ଫୋରମ ର ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ସଭାପତି ସିଟିଜେନ ଫୋରମ ବ୍ୟୋମକେଶ ପଣ୍ଡା, ସମ୍ପାଦକ ସୀମାଞ୍ଚଳ ମିଶ୍ର, ବରିଷ୍ଠ ସମାଜସେବୀ ଲଡୁଗାଁ ସତ୍ୟ ଚୌଧୁରୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି କୋକସରା ବ୍ଲକ ର ଚାଷୀମାନେ ଆଜି ପ୍ରତିଟି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି, ଧାନଚାଷ, ପନିପରିବା, ଗୋପାଳନ ,ଦୁଗ୍ଧ ଚାଷି,ଆମ୍ବ ଚାଷ, କଦଳୀ ଚାଷ ରେ କୋକସରା ବ୍ଲକ ର ଚାଷୀମାନେ ସ୍ୱାବଲମୀ ହେବାସହ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଅବସର ରେ ବିଭିନ୍ନ ଚାଷ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୯ ଜଣ ଚାଷୀ ଙ୍କୁ ସମ୍ମାନିତ କରାଯାଇଛି। ମରଣତ୍ତର ୩ ଜଣ ଚାଷୀ ସ୍ବର୍ଗତ ଯୁଗେଶ୍ୱର ପଣ୍ଡା, ସ୍ବର୍ଗତ ଘାସିରାମ ପାଟଯୋଶୀ ଓ ସ୍ବର୍ଗତ ଯୁଧିଷ୍ଠିର ପଟେଲ ଙ୍କ ପରିଜନ ଙ୍କୁ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ମହିଳା ଦୁଗ୍ଧଚାଷି ସାରଙ୍ଗିନୀ ପ୍ରଧାନୀ, ଉଦ୍ୟାନ କୃଷି ରେ ନକୁଳ ନାଏକ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧ. ମାଝୀ ଙ୍କୁ ଚାଷୀ ଙ୍କୁ ଉଚିତ ସମୟ ରେ ଧାନ ବିକ୍ରି ପ୍ରାପ୍ୟ ର ସୁପରିଚାଳନା ପାଇଁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମ କୁ ସିଟିଜେନ ଫୋରମ ର ବ୍ଲକ ସମ୍ପାଦକ ମିନିକେତନ ପ୍ରଧାନୀ ଅତିଥୀ ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। କୃଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଶ୍ରୀନିବାସ ପ୍ରଧାନୀ, କୀର୍ତ୍ତନ ଶବର, ଭାରତ ଭୂଷଣ ପ୍ରଧାନୀ,ସୁରଜିତ ନାଏକ, ଗୁଣନିଧି ବାଗ।ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।