କୋକସରା:୦୯/୦୭ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କ ମନରେ ଗଭୀର ଭାବରେ ଆଘାତ ଦେଇଛି।ଦୁନିଆ ବିଷୟରେ ଭଲ ଭାବରେ ଜାଣିନଥିବା ଏକ କୋମାଲମତି ଶିଶୁ କନ୍ୟା ଙ୍କୁ ଜଣେ ଅଜଣା ଦୁର୍ବୁତ୍ତ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।ଯାହାକୁ ନେଇ ସାରା ଅଞ୍ଚଳରେ ଏକ ତୀବ୍ର ନିନ୍ଦା ହେବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ସ୍ୱର ଉଠିଛି।ଏଭଳି ଅମନୁଷିକ ବ୍ୟକ୍ତି ସମାଜ ତଥା ଜାତି ପାଇଁ କଳଙ୍କ ଓ ବିପଦ ତେଣୁ ଏଭଳି ସ୍ଥିତିରେ ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଦିଗରୁ ଦାବି ହେଉଛି।ସୂଚନା ଅନୁଯାୟୀ ଥାନା ଅନ୍ତର୍ଗତ ଜୈନିକ ଗ୍ରାମର ୭ ବର୍ଷୀୟ ଶିଶୁ କନ୍ୟା ଗତ ଶନିବାର ଦିନ ଗୋଟିଏ ସମୟରେ ଗାଁ ପାଖରେ ଥିବା ନିଜର କ୍ଷେତ କୁ ଯାଇଥିଲେ।ସେଠାରେ ତାଙ୍କ ବାପା ପାଖରେ ଥିବା ଏକ ନଳକୂପ କୁ ପାଣି ଆଣିବା ପାଇଁ ପଠାଇଥିବା ବେଳେ ଶିଶୁ କନ୍ୟା ପାଣି ଆଣି ଆସିଥିଲେ।କିନ୍ତୁ ବାଟ ରେ ଥିବା ବଟ ବୃକ୍ଷ ମୂଳରେ ଦୁର୍ବୁତ୍ତ ଛପି ରହି ପଛରୁ ଆସି ଶିଶୁ କନ୍ୟା କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଅନ୍ୟପକ୍ଷରେ ଏକଥା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବୀ ବୋଲି ଦୁର୍ବୁତ୍ତ ଶିଶୁ କନ୍ୟା କୁ ଧମକ ଦେଇଥିବା ସୁଚନା ମିଳୁଛି।ଅଭିଯୋଗ ପରେ ଏ ନେଇ କଲମପୁର ଥାନାରେ କେଶ ନମ୍ବର ୬୫ ରେ ଏକ ପୋସ୍କୋ ଆକ୍ଟ ସହ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ର ଛାଉଣୀ ଉକ୍ତ ଗାଁ ରେ ପଡିଛି।ତେବେ ରବିବାର ପିଡ଼ିତା ଙ୍କ ଗାଁ ରେ ଉପଖଣ୍ଡ ପୋଲିସ ଅଧିକାରୀ, ଥାନା ଅଧିକାରୀ ସହ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ଅନ୍ୟପକ୍ଷରେ ଶିଶୁ କନ୍ୟାଟି ଦୁର୍ବୁତ୍ତ ଜଣକୁ ଚିହ୍ନଟ କରିବା ବିଭିନ୍ନ ଦିଗରେ ପୋଲିସ ଆପ୍ରାଣ ଉଦ୍ୟମ ଚଳାଇଛି।ଅଞ୍ଚଳରେ ଏପରି ଏକ ନିନ୍ଦନୀୟ ଘଟଣା ସମସ୍ତ ଙ୍କୁ ଚକିତ କରିଛି।ଏ ପର୍ଯ୍ୟନ୍ତ ଦୁଷ୍କର୍ମକାରୀ ର କୋୖଣସି ଟେର ପୋଲିସ ଗିରଫ କରି ନାହିଁ।।
କୋମଲମତି ଶିଶୁକନ୍ୟାକୁ ଦୁଷ୍କର୍ମଅଭିଯୋଗ,ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ଛାନଭିନ।
