Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗୋଷ୍ଠି ଶିକ୍ଷା ବିଭାଗ ରେ ଯୋଗଦେଲେ ନୂତନ ବିଇଓ,ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କୋକସରା୧୦/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ଦୀର୍ଘବର୍ଷ ହେବ ସ୍ଥାୟୀ ବିଇଓ ପଦବୀ ଖାଲି ପଡିଥିବା ବେଳେ ସୋମବାର ନୂତନ ବିଇଓ ଭାବେ ରଶ୍ମିତା ନେତମ ଯୋଗଦାନ କରିଛନ୍ତି । ଓଇଏସ ପାଇବା ପରେ ସେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ବରଗଡ଼ ଜିଲ୍ଲା ପଦ୍ମପୁର ବାନ୍ଦୁପାଳି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ ଅବସ୍ଥାପିତ ଥିଲେ। ସୋମବାର କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତୋଫାନ ମାଝୀ,ଦୟାନିଧି ପାଢ଼ୀ, ଆଲୋରାଣୀ ହଲଦାର,ମୁଖ୍ୟ କିରାଣୀ ବିଜୟ ବେହେରା ରୂପଚନ ପାତ୍ର ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ।ସେହିପରି କୋକସରା ବ୍ଲକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ ପକ୍ଷରୁ ନୂତନ ବିଇଓ ଙ୍କୁ ବୋବରିଆ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ ବ୍ଲକ ସଭାପତି ଭୁରିଶ୍ରବା ଜାଲ ଙ୍କ ସଭାପତିତ୍ୱ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଅତୁଲ୍ୟ କୁମାର ପଟ୍ଟନାୟକ,ଲିଙ୍ଗରାଜ ନାଏକ, ଉପେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ବିଇଓ ଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ କରିଥିଲେ। ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ବାଗ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ, ନିଳାମ୍ବର ଦାସ ମଞ୍ଚ ପରିଚାଳନା କରିଥିଲେ।ଉପ ସଭାପତି ବିର କିଶୋର ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଜନ୍ମେଜୟ ପ୍ରଧାନୀ, ଦୁଲ୍ଲଭ ଚନ୍ଦ୍ର ପୁଝାରି, ମଦନଲାଲ ନାଏକ,ଦିଲୀପ କୁମାର ସାହୁ କୌଶଲ୍ୟା ନାଏକ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବ୍ଲକ ରେ ଶିକ୍ଷା ର ଗୁଣାତ୍ମକ ମାନ ଉପରେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ନୂତନ ବିଇଓ ରଶ୍ମିତା ନେତମ କହିଛନ୍ତି।