Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନୀୟ ଜଳ ଯୋଗାଣ ଦାବି ରେ ତାତିଳେ ମହିଳା, କୋକସରା ଠାରେ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ।

କୋକସରା:୧୨/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା ବଡପଡା ଠାରେ ବୁଧବାର ସ୍ଥାନୀୟ ଶତାଧିକ ମହିଳା ମାନେ ଦିର୍ଘ ୩ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ଦାବି ରେ ଜାତୀୟ ରାଜପଥ ୨୬ କୁ ଅବରୋଧ କରି ରଖିଥିଲେ।ପରେ ପ୍ରଶାସନିକ ଅଧିକାରୀ ଆସି ୨୪ ଘଣ୍ଟା ମଧ୍ୟରେ ଜଳ ଯୋଗାଣ ସ୍ୱାଭାବିକ ହେବାନେଇ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଛି।।ସୂଚନା ମତେ କୋକସରା ଗ୍ରାମରେ ଦୀର୍ଘ ୭ ଦିନ ହେବ ଗ୍ରାମ୍ୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ପାନୀୟ ଜଳ ଯୋଗାଣ ଉପରେ ନିର୍ଭର କରୁଥିବା ସାଧାରଣ ଲୋକମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏନେଇ ବ୍ଲକ ପ୍ରଶାସନ ସହ ପଞ୍ଚାୟତ ସରପଞ୍ଚ ଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି।ପଦକ୍ଷେପ ନ ନେବାରୁ ବୁଧବାର ସକାଳ ୭ ଘଣ୍ଟା ରୁ ସ୍ଥାନୀୟ ବଡପଡା ର ଶତାଧିକ ମହିଳା ମାନେ ରାସ୍ତା ରେ ଗରା, ମାଠିଆ, ବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ ।ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ କୋକସରା ପୋଲିସ ଅଧିକାରୀ ପହଞ୍ଚି ବୁଝାମଣା କରିଥଲେ ମଧ୍ୟ ନିଜ ଜିଦ ରେ ଅଡି ରହିଥିଲେ ମହିଳା ପରେ,କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ପହଞ୍ଚି ଆନ୍ଦୋଳନ ରେ ଥିବା ମହିଳା ଙ୍କ ସହ।ଆଲୋଚନା କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହେବାନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ଦୀର୍ଘ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories