Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଲେଟ୍ସ ମଦର ଓ ଚାଷୀଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସଦର ସ୍ଥିତ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ମିଲେଟ୍ସ ମଦର ଚାଷୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଥିଲା।ଏଥିରେ ଆଇଜିଏସଏସଏସ ର ଦକ୍ଷତା ବିକାଶ ସଂଯୋଜକ ଅମର କୁମାର ଗୌଡ଼ ଯୋଗ ଦେଇ ବିଷ ମୁକ୍ତ ମିଶ୍ରିତ ମିଲେଟ୍ସ ଜାତୀୟ ସଷ୍ୟ ଚାଷ,ନିରାପଦ ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟ ଖୁଆଇ ଆର୍ଥିକ ବିକାଶ କରିବା, ମିଲେଟ୍ସ ଜାତୀୟ ବିହନ ବ୍ୟାଙ୍କ ପରିଚାଳନା ଓ ବିହନ ବିକ୍ରି କରିବା, ନିରାପଦ ସଷ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଖତ ସାର ଓ କୀଟ ନିୟନ୍ତ୍ରଣ ଔଷଧ ତିଆରି ବିକ୍ରି କରିବା ଉପରେ ଆଲୋଚନା କରିଥିଲେ।ଏହା ବ୍ୟତୀତ ଛେଳି ଚାଷୀ ଙ୍କୁନେଇ ଆୟ ବୃଦ୍ଧି ପାଇଁ ଛେଳି କ୍ଲଷ୍ଟର ତିଆରି କରିବା ଉପରେ ଚର୍ଚ୍ଚା କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମୀଣ ସଂଯୋଜକ ଅମ୍ବରିଷ ମିଶ୍ର,ପରାମର୍ଶ ଦାତା ଧର୍ମପଦ ପ୍ରଧାନ,ଅତିରିକ୍ତ ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ