Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ ହେଲେ ଚୋରନି ଦୁଆର ଗ୍ରାମବାସୀ।

କୋକସରା:୧୩/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୋରନିଦୁଆର ଗ୍ରାମରେ ଥିବା ସରକାରୀ ଗୋଚର ଜମି କୁ ଗ୍ରାମ ର କିଛି ମୁଷ୍ଟିମେୟ ବ୍ୟକ୍ତି ବଳ ପୂର୍ବକ ଜବରଦଖଲ କରି ନିଜ ମାଲିକାନା ରେ ରଖି ଚାଷ କରୁଛନ୍ତି, ଫଳରେ ଗ୍ରାମ ର ଥିବା ଗାଈଗୋରୁ, ଛେଲିମେଣ୍ଡା ଲାଳନ ପାଳନ ପାଇଁ ଚାରଣ ଜାଗା ନଥିବାରୁ ଗ୍ରାମ ର ଚାଷୀମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଜବରଦଖଲ କରି ଚାଷ କରୁଥିବା ଲୋକଙ୍କ ଅନାବାଦୀ ଗୋଚର କୁ ଖାଲି କରିବାକୁ କହିଲେ।ଓଲଟା ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଚୋରନି ଦୁଆର ର ହିମାଞ୍ଚଳ ପୁଝାରି, ରାମେଶ୍ୱର ପୋଟା,ଇଶରାମ ନାଏକ,ରସିକ ମାଝୀ,ନରେନ୍ଦ୍ର ଗୋପାଳ, ଥବିର ଗୋପାଲ,ଜଳନ୍ଧର ପଟେଲ,ଗଣେଶ ଚନ୍ଦ୍ର ବାଗ ଅନେକ ଗ୍ରାମବାସୀ ମାନେ କୋକସରା ତହସିଲ କାର୍ଯ୍ୟାଳୟ କୁ ଆସି ତହସିଲଦାର ଦେବବ୍ରତ କରାଟି ଙ୍କୁ ଭେଟି ଅଭିଯୋଗ କରିବା ସହ ସରକାରୀ ଅନାବାଦୀ ଗୋଚର ଜମି ଉଚ୍ଛେଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି