Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ, ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ।

କୋକସରା:୧୩/୦୭ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ପଡୋଶୀ ନବରଙ୍ଗପୁର ଜିଲ୍ଲା ପଟୁ ଏକ ଗୋଠଛଡ଼ା ଦନ୍ତା ହାତୀ ପଶି ଆସିଥିବା ନେଇ ଧର୍ମଗଡ ବନ ବିଭାଗ କୁ ସୂଚନା ମିଳିବା ପରେ ଧର୍ମଗଡ ବନ ବିଭାଗ ରେଞ୍ଜର ଭବାନୀ ଶଙ୍କର କାଉର ଙ୍କ ନେତୃତ୍ବରେ ଅଧିକାରୀ ମାନେ ଜଙ୍ଗଲ ର ବିଭିନ୍ନ ଅଞ୍ଚଳ ରେ ହାତୀ ର ଗତିବିଧି ଉପରେ ନଜର ରଖିଛନ୍ତି। ହେଲେ ହାତୀ ର ସନ୍ଧାନ ମିଳିନାହିଁ। ସୂଚନା ମତେ ନବରଙ୍ଗପୁର କଳାହାଣ୍ଡି ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ମୈଦାଲପୁର ଥାନା ଗାଦବା କାତରା ପଞ୍ଚାୟତ ଖୁଡ଼ିଗୁଡା ଜଙ୍ଗଲ ପଟୁ ଏକ ହାତୀ ପ୍ରବେଶ କରିଥିବା ନେଇ ବନ ବିଭାଗ କୁ ସୂଚନା ମିଳିଛି। କଳାହାଣ୍ଡି କରଳାପାଟ ଅଭାୟାରଣ୍ୟ ହାତୀପଲ ନବରଙ୍ଗପୁର ଜିଲ୍ଲା ସୀମା କୁ ଚାଲି ଆସିଥିଲେ।ନବରଙ୍ଗପୁର ବନ ବିଭାଗ ପକ୍ଷରୁ ହାତୀପଲ କୁ କରଳାପାଟ ଅଭାୟାରଣ୍ୟ କୁ ଘଉଡ଼ାଇ ଦିଆ ଯାଇଥିବା ବେଳେ ସେହି ଦଳ ର ଗୋଟେ ଦନ୍ତା ବାଟ ଭୁଲି ରହି ଯାଇଥିବା ଜଣାପଡିଛି।ସେମଧ୍ୟରୁ ରୁ ବୁଧବାର ଠାରୁ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଲେଖାଆମ ପାଖାପାଖି ହାତୀ ଥିବା ଅନୁମାନ କରୁଛି ବନ ବିଭାଗ | ଏନେଇ ଗୁରୁବାର ମଧ୍ୟ ଆମପାଣି ବନପାଳ ମନୀଷା ପଟନାୟକ ଏକ ଟିମ କୁ ନେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରୁ ଯାଇ ନିକଟ ବର୍ତ୍ତୀ ଗାଁ ଲେଖାଆମ, ସର୍ଗୀପାଣି, ଝୁଲେନ ବର,କନ୍ଦାଗଡ଼,ଟିର୍ଲିଆମ, ଗାଇବନ୍ଧା, କୂଟରୁ ଗାଁ କୁ ଯାଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଦେଇଛନ୍ତି ଓ ହାତୀ ଙ୍କୁ ଦେଖିଲେ ତୁରନ୍ତ ବନ ବିଭାଗ କୁ ଖବର ଦେବାକୁ ଗ୍ରାମବାସୀଙ୍କୁ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ