କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ କୋକସରା ବ୍ଲକ ର ଟେମରା ଗ୍ରାମରେ ପହଞ୍ଚି 5 ଟି ଯୋଜନା ରେ ନିର୍ମାଣାଧୀନ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ତଦାରଖ କରିବା ପରେ ସ୍ଥାନୀୟ ଲୋକଙ୍କ ସହ ଦୁର୍ଗା ମଣ୍ଡପ,ବଜାର ପିଣ୍ଡି ଲେଆଉଡ଼ ଦେବାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧୀନ କୋକସରା ଠାରୁ କୁଳେରଗୁଡା ରାସ୍ତା ପିଚୁ ସାଇଡ ରେ ଠିକାସଂସ୍ଥା ମୋରମ ବଦଳରେ ମାଟି ପକାଉଥିବା ଦେଖ କନିଷ୍ଠ ଯନ୍ତ୍ରୀ ଙ୍କୁ ମୋରମ ପକାଇବା ପାଇଁ ଫୋନ ରେ ତାଗିଦ କରିଥିଲେ ପରେ କୁଳେରଗୁଡା ଯାଇ ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ ପାଇଁ ବ୍ଲକ ପ୍ରଶାସନ ସହିତ ଫୋନ ରେ ଆଲୋଚନା କରିଥିଲେ,ପରେ ହଂସପଡା ରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଗାଁ ପୋଖରୀ ରେ ପାଣି ନଥିବାରୁ ଅସୁବିଧା ହେଉଥିବା ନେଇ ଅଭିଯୋଗ ଅଭିଯୋଗ କରିଥିଲେ। ଶୀଘ୍ର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବ୍ଲକ ଉପାଧ୍ୟକ୍ଷ।ଯୁବ ନେତା ରାଜୀବ ଅଗ୍ରୱାଲ ଙ୍କ ଜନ ସେବା କୁ ନେଇ ଅଞ୍ଚଳ ର ଜନ ସାଧାରଣ ଙ୍କ ମଧ୍ୟରେ ଯୁବ ପ୍ରତିନିଧି ଙ୍କ ପ୍ରତି ଲୋକପ୍ରିୟତା ଦେଖିବାକୁ ମିଳିଛି।
ଜନ ସେବା ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ।
