ଦେଉଳମୁଣ୍ଡା ରେ ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଲମୁଣ୍ଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ଵରୀ ଦେବୀ ଙ୍କ ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନିଜସ୍ଵ ପାଣ୍ଠିରୁ ନିର୍ମିତ ମନ୍ଦିର ରେ ମା ମାହେଶ୍ଵରୀ ପୂଜା ପାଇ ଆସୁଛନ୍ତି। ଏହା ଏକ ପୁରୁଣା ମନ୍ଦିର ହୋଇଥିବା ବେଳେ ଗତ ଜୁନ ମାସ ୩ ତାରିଖ ବଜ୍ରପାତ ରେ ମନ୍ଦିର ଚୁଡ଼ା ଏବଂ ମନ୍ଦିର କିଛି କାରୁକାର୍ଯ୍ୟ ଭାଙ୍ଗି ଅଲଗା ହୋଇଯାଇଥିଲା । ବଜ୍ରାଘାତ ପରେ ମନ୍ଦିର ପ୍ରତିଷ୍ଠା ହୋଇନଥିଲା । ଫଳରେ ପୂଜାନୀତି ବାଧାପ୍ରାପ୍ତ ହେଉଥିଲା । ଆଗକୁ ମାହେଶ୍ଵରୀ ଙ୍କ ଅନେକ ପୂଜା ଥିବାରୁ ଗୁରୁବାର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଥିଲା । ଏହି ପ୍ରତିଷ୍ଠା ଉତ୍ସବ ରେ ପୂଜକ ସୀତାରାମ ପାଢ଼ୀ , ସୁବ୍ରତ ପାଢ଼ୀ ଓ ବଳରାମ ପଣ୍ଡା ପୂଜା କାର୍ଯ୍ୟ କରିଥିବାବେଳ କର୍ତ୍ତା ଭାବରେ ଗ୍ରାମର ଗୌନ୍ତିଆ ଶୁଭେନ୍ଦୁ ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଅର୍ପିତା ଚାନ୍ଦ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜା ନୀତି ପରେ ଗ୍ରାମରେ ସାମୁହିକ ପ୍ରସାଦ ସେବନ ହୋଇଥିଲା । ଏଥିରେ ମାହେଶ୍ଵରୀ ଙ୍କ ମୁଖ୍ୟ ପୂଜକ ପୂରନ୍ଦ୍ର ଦେହୁରୀ , ଗ୍ରାମର ଶ୍ରୀନିବାସ ଚାନ୍ଦ , ଧୀରେନ୍ଦ୍ର ବାଘ , ନରେନ୍ଦ୍ର ଚାନ୍ଦ ଙ୍କ ସହିତ ଦେଉଳମୁଣ୍ଡା ଗ୍ରାମର ସମସ୍ତ ଯୁବକ କାର୍ଯ୍ୟକ୍ରମରେ ସାମିଲ ଥିଲେ। ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ମନ୍ଦିର ଏବଂ ମଣ୍ଡପ ର ଉନ୍ନତି ପାଇଁ ତାଙ୍କ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରି ଥିଲେ। ଉକ୍ତ ଉତ୍ସବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ସ୍ଵୟମ୍ଭୁନାଥ ଖଣ୍ଡଗିରି , ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିବେକାନନ୍ଦ ପଧାନ ଓ ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦି ପ୍ରମୁଖ ଉପସ୍ଥିତ ଥିଲେ।