Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା,୨ ଆହତ, କୋକସରା ଡାକ୍ତରଖା

କୋକସରା:୧୪/୦୭ ଜାତୀୟ ରାଜପଥ ୨୬ କୋକସରା ବ୍ଲକ ସୀମାନ୍ତ ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଏଥିରେ ,୨ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଆହତ ଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶୁକ୍ରବାର ଜାତୀୟ ରାଜପଥ ୨୬ ଆମପାଣି ଘାଟି ରେ ସକାଳ ୬ ଘଣ୍ଟା ସମୟରେ ହାଇଦ୍ରାବାଦ ରୁ କଲମପୁର ଆସୁଥିବା ସଂଗୀତା ବସ ଓ ବିପରୀତ ଦିଗ ରୁ ଆସୁଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବସ ର କଣ୍ଡକ୍ଟର ସମେତ କଣ୍ଟେନର ର ଡ୍ରାଇଭର ଆହତ ହୋଇଛନ୍ତି.।ଦୁଇ ଆହତ ଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘର କୁ ଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories