Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ୍ ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ତରଫ ରୁ ବିଇଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

କୋକସରା:୧୪/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ସୁଶ୍ରୀ ରଶ୍ମିତା ନେତମ ଙ୍କୁ ଶୁକ୍ରବାର କୋକସରା ବାଳିକା ଉଚ୍ଚ ବିଦ୍ୟାପୀଠ ଠାରେ ରାଜ୍ୟ ଏନପିଏସ ଶିକ୍ଷକ ସଂଘ ସାଂଗଠାନିକ ସମ୍ପାଦକ ସତ୍ୟବାନ ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ କଳାହାଣ୍ଡି ଜିଲ୍ଲା ସମ୍ପାଦକ ତଥା ନୋଡାଲ ସିଆରସି ବୈକୁଣ୍ଠ ଜାଲ, ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ପାଢୀ , ସଭାପତି ଚନ୍ଦ୍ରମୋହନ ପୁଝାରୀ , ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଲେ ମୂଖ୍ୟବକ୍ତା ବିଆରସିସି ତୋଫାନ ମାଝୀ ଉପସ୍ଥିତ ଥିଲେ । ଶିକ୍ଷକ ସଂଘ ତରଫରୁ ଙ୍କୁ ଉପଢୌକନ ତଥା ପୁଷ୍ପଗୁଚ୍ଛ ଦେଈ ସ୍ବାଗତ କରାଯାଇଥିଲା । ଉକ୍ତ ସଭାକୁ ମିଡ଼ିଆ ସେଲ ପ୍ରଭାରୀ ଈଶ୍ବରୀ ପ୍ରସାଦ ଅଗସ୍ତି ପରିଚାଲନା କରିଥିବା ବେଲେ ଶିକ୍ଷୟତ୍ରୀ ଜୟଶ୍ରୀବାଲା ନାଏକ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଶିକ୍ଷକ ଦେବିସିଂ ମାଝୀ ,ବେଣୁଧର ନାଏକ ,ବ୍ୟାପ୍ତି ନାଏକ,ରୁନି ନାଏକ , ଭାଗ୍ୟବାନ ବାଗ , ତ୍ରିନାଥ ନାଗ , କ୍ଷୀରୋଦ କୁମାର ପଣ୍ଡା , ତଥା ଶତାଧିକ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories