Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଆଦର୍ଶ ବିଦ୍ୟାଳୟ ରେ ବୃକ୍ଷ ରୋପଣ କଲେ ଛାତ୍ରଛାତ୍ରୀ

କୋକସରା:୧୫/୦୭ ବୃକ୍ଷ ହିଁ ଜୀବନ, ଆଧୁନିକ ସଭ୍ୟତା ପାଇଁ ପରିବେଶ ପ୍ରଦୂଷଣ ହେଉଥିବା ବେଳେ ତାକୁ ରୋକିବା ଓ ପ୍ରକୃତି କୁ ସନ୍ତୁଳନ କରିବା ପାଇଁ ବୃକ୍ଷ ହିଁ ମୋୖଷଧି ଏଣୁ ଆମେ ସମସ୍ତେ ଆଜି ଶପଥ ନେଇ ପତିତ ସ୍ଥାନ ରେ ବୃକ୍ଷରୋପଣ କରିବା ବୋଳି ଉପସ୍ଥିତ ମୁଖ୍ୟ ଅତିଥି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ବିଇଓ ସୁଶ୍ରୀ ରଶ୍ମିତା ନେତମ,ବିଆରସିସି ତୋଫାନ ମାଝୀ ମତ ଦେଇଥିଲେ। କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ କର ଙ୍କ ପରିଚାଳନା ରେ ଉପସ୍ଥିତ ଅତିଥିମାନେ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ କମଳାକାନ୍ତ ସାହୁ, ଅମୂଲ୍ୟ କୁମାର ସିଂ, ଶଙ୍କର ରାଉତ, କିଶନ କୁମାର ତାଣ୍ଡି, ପଦ୍ମମୁଖ ଚଳାନ, ସୁରେନ୍ଦ୍ର କୁମାର ଦାସ, ଧୀରେନ୍ଦ୍ର ନାଥ ଠାକୁର, ବିଶ୍ୱ ରଞ୍ଜନ ସାହୁ, ଅମୂଲ୍ୟ ସିଂ,ଅଶ୍ୱିନ ଅଜିତାଭ ସାହୁ, ଚିଦାନନ୍ଦ ସାହୁ,ମଳୟ ସରାବୁ,ମମତା ରାଣି ଧ. ମାଝୀ, ନଳିନୀ ପ୍ରଭା ନାଏକ, ଅଞ୍ଜଳି ମହାପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ