କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ମେଡିକାଲ କଲେଜ ପରିସରରେ ଏକ ୫ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥା ରୁ ଫୁଲବାଣୀ ରେ କାର୍ଯ୍ୟରତ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଙ୍କୁ ଯୋଗାଯୋଗ କରାଯାଇଥିଲାl ତୁରନ୍ତ ଟିମ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ, ଅନୁପ ବିକ୍ରମ ପାତ୍ର , ରବୀନ୍ଦ୍ର ମହାରଣା ,ଶିବପ୍ରସାଦ ପାତ୍ର , ଏବଂ ମହେଶ ସୁବୁଦ୍ଧି ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଥିଲା । ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ କଲେଜ କର୍ତ୍ତୃପକ୍ଷ ସାଧୁବାଦ ଜଣାଇଛନ୍ତି।
ଫୁଲବାଣୀ ମେଡିକାଲ କଲେଜ ପରିସରରୁ ଅଜଗର ସାପ ଉଦ୍ଧାର
