Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦିଆପଦର କେଉଟ ସାହିରେ ଚୋରି।

ଗୋପାଳପୁର,୧୬/୦୭, ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର କେଉଟ ସାହିରେ ଏକ ତାଲାବନ୍ଦ ଘରକୁ ଟାର୍ଗେଟ କରାଯାଇ ଚୋରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବଳରାମ ପାଢୀ ଶନିବାର ସନ୍ଧ୍ୟାରେ କୌଣସି କାମରେ ସପରିବାର ଘରେ ତାଲା ପକାଇ ବ୍ରହ୍ମପୁର ଚାଲି ଯାଇଥିଲେ।ଆଜି ସକାଳେ ଘରକୁ ଫେରିବା ବେଳେ ଘରର ମୁଖ୍ୟ ଦ୍ବାରର ତାଲା ଭଙ୍ଗା ଯାଇଥିବା ଦେଖି ସନ୍ଦେହ ରେ ଭିତରକୁ ପଶିବା ବେଳେ ଘର ମଧରେ ରହିଥିବା ୩ ଟି ଆଲାମିରା ଭାଙ୍ଗି ୫ ତୋଳା ସୁନା ଅଳଙ୍କାର ସହ ୮ ହଜାର ଟଙ୍କା ଚୋରି ଯାଇଥିବା ଜାଣିବାକୁ ପାଇଥିଲେ।ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ କରାଯାଇଥିଲା।ଏସ ସହ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି। ତିନୋଟି ଲୋକ ସାଇକେଲ ରେ ଆସି ଚୋରି କରିଥିବା ସିସିଟିଭି ଫୁଟେଜ ରେ ଜଣାପଡିଥିବା ବେଳେ ପୁଲିସ ଏହାକୁ ତଦନ୍ତ ଜାରି ରଖିଥିବା ଜଣାପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ