ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ହାଇସ୍କୁଲ ର ଛାତ୍ରୀମାନଙ୍କୁ ନେଇ ଏକ୍ସପୋଜର ଭିଜିଟ କରାଯାଇଛି । ସ୍କୁଲର ପ୍ରାୟ ୪୫ଜଣ ଛାତ୍ରୀ ସୋନପୁର ସ୍ଥିତ ସରକାରୀ ପଲିଟେକନିକ କଲେଜ କୁ ଯାଇ ବିଶ୍ବ ଦକ୍ଷତା ଦିବସ ପାଳନ ଅବସରରେ ହେଉଥିବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କେନଝିରିଆପାଲି ହାଇସ୍କୁଲ ରୁ ଏକ ବସ୍ ଯୋଗେ ସ୍କୁଲ ର ଛାତ୍ରୀମାନଙ୍କୁ ଶିକ୍ଷକ ଗୌରୀଶଙ୍କର ପୂଜାହାରୀ ଓ ଜୀବର୍ଦ୍ଧନ ରଣା ଙ୍କ ତତ୍ବାବଧାନରେ ସୋନପୁର ପଲିଟେକନିକ କଲେଜ କୁ ନିଆ ଯାଇଥିଲା । ଛାତ୍ରୀମାନେ ସେଠାରେ ପହଞ୍ଚିବା ପରେ ଉକ୍ତ ପଲିଟେକନିକ କଲେଜର ଅଧ୍ୟକ୍ଷ ଗୌରହରୀ ସାହୁ ଛାତ୍ରୀମାନଙ୍କୁ ସ୍ବାଗତ କରିଥିଲେ । ଛାତ୍ରୀମାନଙ୍କୁ ଉକ୍ତ ପଲିଟେକନିକ ର କର୍ମଚାରୀମାନେ ଶିକ୍ଷାଦାନ ପ୍ରକ୍ରୀୟା , ୱାର୍କସପ , ପଦାର୍ଥ ବିଜ୍ଞାନ ବିଭାଗ ସମେତ ରସାୟନ ବିଜ୍ଞାନ ବିଭାଗ , ଇଲେକଟ୍ରିକାଲ , ମେକାନିକାଲ ବିଭାଗ ଆଦି ଦେଖାଇଥିଲେ ।ଛାତ୍ରୀମାନେ ପଲିଟେକନିର ସବୁ ଶିକ୍ଷଣିୟ ଜିନିଷ କୁ ବୁଲି ବୁଲି ଦେଖିଥିଲେ । ଏହି ଅବସରରେ ଉକ୍ତ ପଲିଟେକନିକ ରେ ବିଶ୍ବ ଦକ୍ଷତା ଦିବସ ପଳନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପଲିଟେକନିକ ର ଅଧ୍ୟକ୍ଷ ଗୌରହରି ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ନିହାର ରଞ୍ଜନ କଅଁର ମୁଖ୍ୟ ଅତିଥି ବାଭେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ସାହୁ ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ ହେବା କୁ ଆହ୍ବାନ କରିଥିଲେ । ଏହା ସହିତ ସୁଦକ୍ଷା ଯୋଜନାର ସଫଳ ରୂପାୟନ ବିଷୟରେ ବୁଝାଇଥିଲେ । ଅନୁଷ୍ଠାନର ଗଣିତ ଓ ବିଜ୍ଞାନ ବିଭାଗ ର ମୁଖ୍ୟ ସାରଦା ନାଏକ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବା ଜଣାପଡିଛି ।
କେନଝରିଆ ପାଲି ହାଇସ୍କୁଲର ଛାତ୍ରୀମାନଙ୍କ ଏକ୍ସପୋଜର ଭିଜିଟ୍
