Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବନ୍ଦର ପକ୍ଷରୁ ପଣ୍ୟ ଲୋଡିଂରେ ସର୍ବକାଳୀନ ରେକର୍ଡ ହାସଲ୪୦ ଘଣ୍ଟା ରେ୮୬,୭୦୦ ମେଟରିକ୍ ଟନ୍ ଲୁହାପଥର ଲୋଡିଂ ।

ଗୋପାଳପୁର,୧୭/୦୭: ରାଜ୍ୟର ଗଭୀରତମ ସବୁଦିନିଆ ଓ ଚବିଶ ଘଣ୍ଟା ପରିଚାଳିତ ହେଉଥିବା ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ ମାନୁଆଲ୍ ମାଧ୍ୟମରେ ଦ୍ରୁତତମ ଲୁହାପଥର ଲମ୍ପ୍‌ସ ଲୋଡିଂ କରିବାରେ ସଫଳତା ହାସଲ କରିଛି।
ଜେଏସ୍‌ଡବ୍ଲୁ ଷ୍ଟିଲ୍ ଦ୍ୱାରା ମନୋନୀତ ଜାହାଜ ଏମ୍‌ଭି ରିଚି ସ୍ପିଙ୍ଗ୍‌ରେ ୨୪ ଘଣ୍ଟା ମଧ୍ୟରେ ୫୯,୧୫୦ ମେଟ୍ରିକ୍ ଟନ୍ ଲୁହାପଥର ଲମ୍ପ୍‌ସ ଲୋଡିଂ କରି ଗୋପାଳପୁର ବନ୍ଦର ଇତିହାସ ସୃଷ୍ଟି କରିଛି । ଗତ ୧୫ ତାରିଖରେ ଘଣ୍ଟା ପିଛା ହାରାହାରି ୨,୧୬୭ ଏମ୍‌ଟି ଲୋଡିଂ ସହ ଜାହାଜରେ ୮୬,୭୦୦ ଏମ୍‌ଟି ଲୁହାପଥର ଲୋଡିଂ କରିବାର ରେକର୍ଡ ହାସଲ କରିଛି । ଏହି ରେକର୍ଡ ପାଇଁ ଜାହାଜର କେପଟନ ପକ୍ଷରୁ ଗୋପାଳପୁର ବନ୍ଦରକୁ ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି ।
ଏହି ସଫଳତା ସମ୍ପର୍କରେ ଏସ୍‌ପି ପୋର୍ଟ ମେଂଟେନାନ୍ସର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି ଯେ,”ଆମ ଟିମ୍‌ର ସଫଳତାକୁ ନେଇ ଆମେ ବେଶ ଗର୍ବିତ । ଏହି ରେକର୍ଡ ସଫଳତା ଗୋପାଳପୁର ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ ବିପୁଳ ପରିମାଣର ପଣ୍ୟ ପରିଚାଳନା କ୍ଷମତାର ପ୍ରତିଫଳନ ଅଟେ ।’’
ଗୋପାଳପୁର ବନ୍ଦର ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଜନାର୍ଦ୍ଦନ ରାଓ କହିଛନ୍ତି ଯେ, “ଗୋପାଳପୁର ବନ୍ଦର ଏହାର ଗ୍ରାହକଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛି ଏବଂ ଜାହାଜକୁ ବର୍ଥକୁ ଆଣିବା ପୂର୍ବରୁ ପୂର୍ଣ୍ଣ ଯୋଜନା ସହ ତାହାର ଉପଯୁକ୍ତ ଫିଡିଂ ଏବଂ ସୁରକ୍ଷାର ସହ ଜାହାଜର ଲୋଡିଂକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟର ଶ୍ରେଷ୍ଠ ରେଳ ଓ ସଡ଼କ ସଂଯୋଗ କରୁଥିବା ଗୋପାଳପୁର ବନ୍ଦର ମାଲ ପରିବହନରେ ନିରନ୍ତର ନୂଆ ରେକର୍ଡ ସୃଷ୍ଟି କରୁଛି । ନିକଟରେ ବନ୍ଦର ପକ୍ଷରୁ ଏମ୍‌ଭି ନିଉ ପ୍ରେଷ୍ଟିଜ୍‌ରେ ୨୪ ଘଂଟାରେ ୩୨,୦୦୦ ମେଟ୍ରିକ୍ ଟନ୍ କୋଇଲା ଡିସ୍‌ଚାର୍ଜ କରାଯାଇଥିଲା ।’’
ଗୋପାଳପୁର ବନ୍ଦରରେ ଦିନକୁ ୨୦ ରୁ ଅଧିକ ରେକ୍ ପରିଚାଳନା କରିବାର କ୍ଷମତା ରହିଛି ଏବଂ ନୌବାଣିଜ୍ୟ କାର୍ଯ୍ୟରେ ଏହି ରେକର୍ଡ ପ୍ରଦର୍ଶନ ଏହାକୁ ଏକ ଭରସାଯୋଗ୍ୟ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପଥରେ ପରିଣତ କରିଛି । ଗୋପାଳପୁର ବନ୍ଦର ପୂର୍ବ ଭାରତର ପରବର୍ତ୍ତୀ ସୁପର ବନ୍ଦର ଭାବେ ପରିଣତ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ରାଓ କହିଛନ୍ତି ।
୨୦୧୭ ପରଠାରୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ଅଧୀନରେ ପରିଚାଳିତ ହେବା ପରେ ଗୋପାଳପୁର ବନ୍ଦର ୧୪.୫ ମିଟର ପର୍ଯ୍ୟନ୍ତ ଗଭୀରତା ସହ ଜାହାଜ ପରିଚାଳନା କରିବାର ଆବଶ୍ୟକ ଭିତିଭୂମି ରହିଛି । ବନ୍ଦରରେ ୨.୫ ଏମ୍‌ଟି ପଣ୍ୟ ସଂରକ୍ଷିତ ରଖିବା ଲାଗି ଖୋଲା ଓ ବନ୍ଦ ସଂରକ୍ଷଣ ବ୍ୟବସ୍ଥା ରହିଛି ଯାହା ବିଭିନ୍ନ ପ୍ରକାର ପଣ୍ୟ ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି । ଗୋପାଳପୁର ବନ୍ଦରରେ ଆଠଟି ବର୍ଥ କାର୍ଯ୍ୟକ୍ଷମ ଥିବା ରେଳ ୟାର୍ଡ ସାଇଡିଂ ରହିଛି ଯାହା ବିବିଧ ପଣ୍ୟକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିପାରୁଛି ।
ଗୋପାଳପୁର ବନ୍ଦର ପାରାଦୀପ ଓ ବିଶାଖାପାଟଣା ବନ୍ଦର ମଝିରେ ରହିଛି ଯାହା ଏହାକୁ ଆମଦାନି ଏବଂ ଭାରତର ପୂର୍ବ ଉପକୂଳ ପରିବହନ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ଉପସ୍ଥାପିତ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ