Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିମ୍ନ ମାନର ରାସ୍ତା ନିର୍ମାଣକୁ ନିର୍ବାହୀ ଯନ୍ତ୍ରୀଙ୍କ ଖଣ୍ଡନ

ଖଡ଼ିଆଳ : ହାତୀବନ୍ଧା ଠାରୁ କିରକିଟା ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରି ଗତକାଲି ଖଡ଼ିଆଳ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ହାତୀବନ୍ଧା ଠାରୁ କିରକିଟା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ଗତ ସେପ୍ଟେମ୍ବର ୨୦୨୨ରେ ସରିଥିବା ସୂଚନା ଫଳକରୁ ଜଣାପଡ଼ୁଛି। ସାତ କିଲୋମିଟର ତିନିଶହ ନବେ ମିଟର ଦୀର୍ଘ ଲମ୍ବ ଏହି ରାସ୍ତାର ଅଟକଳ ମୂଲ୍ୟ ପ୍ରାୟ ୩୭୨.୫୨ ଲକ୍ଷ ଟଙ୍କା ଅଟେ। ରାସ୍ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ୧୩୩.୮୯ ଲକ୍ଷ ଟଙ୍କା ବ୍ୟୟର ଅଟକଳ ରହିଛି । ଯାହାକି ଆସନ୍ତା ସେପ୍ଟେମ୍ବର ୨୦୨୩ ପରେ ଖର୍ଚ୍ଚ ହେବା କଥା। ମାତ୍ର ରାସ୍ତା କାମର ଏକ ମାସ ପୂର୍ଣ୍ଣ ନ ହେଉଣୁ ରାସ୍ତାର ପିଚୁ ଉପୁଡ଼ି ଯାଉଥିବା ଅଭିଯୋଗ ହେଇଥିଲା । ଏହି ରାସ୍ତାକାମରେ ଦୁର୍ନୀତି ହୋଇଥିବା ମଞ୍ଚ ଅଭିଯୋଗ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପାଇବା ପରେ ତୁରନ୍ତ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ମୁଣ୍ଡା ଘଟଣା ସ୍ଥଳକୁ ଯାଇ ରାସ୍ତା କାର୍ଯ୍ୟକୁ ଖନନ କରିଥିଲେ । ଖନନ କଳା ବେଳକୁ ସରକାରଙ୍କ ନିୟମ ଅନୁସାରେ ୨୫ ଏମଏମ ପିଚୁ ସ୍ଥାନରେ ୩୦ ଏମଏମ ପିଚୁ ପକା ଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ମେଟାଲିଂ ୩ ଇଞ୍ଚ କରିବା ସ୍ଥାନରେ ୫ ଇଞ୍ଚ ବାହାରିଥିଲା । ଏହାକୁ ଦେଖି ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ମୁଣ୍ଡା କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ହୋଇନଥିବା ପ୍ରକାଶ କରିଥିଲେ । ଯେଉଁ ୨୦୦ ମିଟର ପିଚୁ ବାହାରି ଯାଇଛି ତାକୁ ବର୍ଷା କମିଲେ ପୁଣି ଥରେ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସୂଚନା ଥାଉକି ପିଚୁ ହେବା ସମୟରେ ଏହି ରାସ୍ତାରେ ୨୨ ଟନର ଭାରିଯାନ ଯାତାୟାତ କରିଥିବା ଏବଂ ବର୍ଷା ହେବାରୁ ରାସ୍ତା କିଛି ସ୍ଥାନରେ ପିଚୁ ଉପୁଡିଥିବା ପ୍ରକାଶ କରିଥିଲେ ।