Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ପେକ୍ସ ସଭାପତି ଗୋବର୍ଦ୍ଧନ ଭୋଇ ଙ୍କ ବିୟୋଗ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ତଥା ବ୍ଳକ କନ୍ଧ ସମାଜ ସଭାପତି ଗୋବର୍ଦ୍ଧନ ଭୋଇ ଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି l ବଡ଼ ପୁଅ ତଥା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ଓ ନବୀନ କିଶୋର ଭୋଇ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଉପସ୍ଥିତ ଥିଲେ ।ଶାବଧାରରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ l ସ୍ବର୍ଗତ ଭୋଇ କର୍ଲାମୁଣ୍ଡା ପେକ୍ସର ଲଗାତାର ୩ ଥର ସଭାପତି ଭାବେ ରହିଆସିଥିବା ବେଳେ ପୂର୍ବରୁ ପେକ୍ସ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ l ସେ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ ଓ କର୍ଲାମୁଣ୍ଡା ହାଇସ୍କୁଲ ପାଇଁ ଭୂମିଦାନ କରିବାରେ ମୁଖ୍ୟ ଭୂମିକା ନିଭାଇ ଥିଲେ ।ତାଙ୍କ ବିୟୋଗରେ ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷl କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ ଙ୍କ ସମେତ ,କର୍ଲାମୁଣ୍ଡା ପ୍ରେସ କ୍ଲବ,କର୍ଲାମୁଣ୍ଡା ଜନ ଜାଗରଣ ମଞ୍ଚ,କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ,ଆଦିବାସୀ ସଂଘ, ଆଦିସ୍କନ୍ଦ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ