କୋକସରା:୨୦/୦୭ ନାବାଳିକା କୁ ନିଜ ପ୍ରେମଜାଲ ରେ ଫାସି ମିଛ ବିବାହ ର ପ୍ରତିଶ୍ରୁତି ଦେଇ କୋକସରା ଥାନା ଅଞ୍ଚଳର ଜଣେ ଯୁବକ ନାବଳିକା କୁ ଅପହରଣ ଘଟଣା ପରେ ନାବାଳିକା ଙ୍କ ବାପା କୋକସରା ଥାନା ରେ ଗତ ୨୨/୦୬/୨୩ ରେ ଝିଅ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ।ଯୁବକ ହେଉଛି ଧନସରା ଗ୍ରାମର ଗୋବିନ୍ଦ ନିଆଲ(୨୧) ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଗତକିଛି ତଳେ ଯୁବକ ନାବାଳିକା କୁ ନେଇ ନିଜ ଗାଁ କୁ ଫେରିଥିବା ବେଳେ ପୋଲିସ ସୂଚନା ପାଇ ଯୁବକ କୁ ଗିରଫ କରିବା ସହ ନାବାଳିକା ର ବୟାନ ନେବାପରେ ବୁଧବାର ନାବଳିକା ଅପହରଣ ମାମଲା ରେ ପୋସ୍କୋ ଧାରା ରେ ମାମଲା ଥାନା କେଶ ନମ୍ବର ୧୬୯/୨୩ ରେ ରୁଜୁ କରି କୋର୍ଟ ଚାଲାଣ କରିଥବା ନେଇ କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।
ନାବାଳିକା କୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣା ରେ ଜେଲ ଗଲା ଅଭିଯୁକ୍ତ ଯୁବକ।
