Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମଳା କୃଷି ଉତ୍ପାଦକ ଦଳ ର ବୈଠକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଲେଟପଡା ପାଣି ଟାଙ୍କି ଠାରେ ବିମଳା କୃଷି ଉତ୍ପାଦକ ଦଳ ର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା।ଏଥିରେ ଦଳର ସଭାପତି ଗୀତାଞ୍ଜଳି ଭୋଇ ଙ୍କ ସଭାପତି ତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ବୈଠକରେ ଓଡ଼ିଶା ଜୀବନ ଜୀବିକା ମିଶନ ରୁ ଆସିଥିବା ଅନୁଦାନ ରାଶିର ବିନିଯୋଗ ପାଇଁ ତଥା ସଭ୍ୟା ମାନଙ୍କ ଆର୍ଥିକ ବିକାଶ ନିମନ୍ତେ ପ୍ରତେକ ସଭ୍ୟା ଙ୍କ ପାଇଁ ଦେଶୀ କୁକୁଡ଼ା ଚାଷ ପାଇଁ ଛୋଟ ଛୋଟ କୁକୁଡ଼ା ଘର ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ର ମିଲେଟ ମିଶନ ପ୍ରକଳ୍ପର ଏବିପିସି ପ୍ରଦୀପ କୁମାର ସାହୁ,ପରାମର୍ଶ ଦାତା ଧର୍ମସାଗର ପ୍ରଧାନ,ସ୍ବେଚ୍ଛାସେବୀ ଦ୍ରୋଣ ସାହୁ,ସାମାଜିକ କର୍ମୀ ପଵିତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ