Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ଶାଖା ବରୋଦା ବ୍ଯାଙ୍କର ସ୍ଥାପନା ଦିବସ

ବରପାଲି :ବରପାଲି ଶାଖା ବରୋଦା ବ୍ଯାଙ୍କ ୧୧୬ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଗୁରୁବାର ଶାଖା ମୂଖ୍ଯ ପରିଚାଳକ ଅଭିଜିତ ପଣ୍ତାଙ୍କ ତତ୍ବାଧାନରେ ସହକାରି ପରିଚାଳକ ମନିଷା ବରାଇ,ସହକର୍ମି ପ୍ରଶାନ୍ତ ବେହେରା,ଦିପକ ଗଡତିୟା, ଉମାକାନ୍ତ ମେହେର, ସରୋଜ ମହାଲିକ,ବିଶ୍ବନାଥ ପ୍ରଧାନ,ବଳରାମ ଦେହେରି,ତୋଫାନ ସାହୁ ଓ ଟିନା ସା ପ୍ରମୁଖ ସମଲେଇପତର ପାର୍ବତୀ ଗିରି ବ୍ରୁଦ୍ଧାଶ୍ରମ ପରିସରରେ ଉତ୍ସବକୁ ପରିଚାଳନା କରିଥିଲେ। ଆଶ୍ରମ ପରିସରରେ ପରିଚାଳକ ଜଳନ୍ଧର ବାବୁ ଓ ସହକର୍ମି ମାନଙ୍କ ସହାୟତାରେ କାର୍ଯ୍ଯକ୍ରମଟି ଆୟୋଜିତ ହୋଇଥିଲା। ଏହି ଅବସରରେ ବ୍ଯାଙ୍କ ପକ୍ଷରୁ ସ୍ଥାପନା କେକ କଟାଯିବା ସହିତ ଆଶ୍ରମ ଅନ୍ତେବାସୀଙ୍କୁ ନୁତନ ବସ୍ର୍ତ, ରନ୍ଧା ଏବଂ ଶୁଖିଲାଖାଦ୍ଯ, ଔଷଧ ପ୍ରଭୁତି ବିଭିନ୍ନ ପ୍ରଯୁର୍ଯ୍ଯ ସାମଗ୍ରି ମାନ ବିତରଣ କରିଥିଲେ। ପରେ ବୟଷ୍କ ମାନଙ୍କ ସ୍ବାସ୍ଥ୍ଯ ସମ୍ପର୍କରେ ପଚରା ଉଚରା କରିବା ସହ ମାନଶିକ ସ୍ତରକୁ ପ୍ରୋତ୍ସାହନ ଯୋଗାଇବା ଉଦେଶ୍ଯ ନେଇ ସ୍ବାନ୍ତନା ପ୍ରଦାନ କରିଥିଲେ।