Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ଡେଙ୍ଗୁ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ।

କୋକସରା:୨୧/୦୭ କୋକସରା ବ୍ଲକ ର ଲଡୁଗାଁ ହେଉଛି ଏକ ବ୍ୟସ୍ତ ବହୁଳ ସହର, ଏଠି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସହ ରହିଛି ଅନେକ ଶିଳ୍ପାନୁଷ୍ଠାନ।ବିଗତ କିଛି ବର୍ଷ ତଳେ ଲଡୁଗାଁ ରେ ଡେଙ୍ଗୁ ମହାମାରୀ ର ରୂପ ନେଇଥିବା ବେଳେ ଶତାଧିକ ସଂଖ୍ୟକ ଲୋକେ ଡେଙ୍ଗୁ ରେ ଆକ୍ରାନ୍ତ ହୋଇଥିଲେ।ଏହାର ପୁନାରବୃତ୍ତି ନ ହେବା ପାଇଁ ଆଜି କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡେଙ୍ଗୁ ନିରାକରଣ ଓ ସଚେତନତା ପାଇଁ ଏକ ବୈଠକ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ କେତନ ପାତ୍ର ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ମ୍ୟାଲେରିଆ ପରାମର୍ଶ ଦାତା ସନ୍ତୋଷ କୁମାର ବାଗ, କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ,ଲଡୁଗାଁ ସରପଞ୍ଚ ନକୁଳ ନାଏକ,ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ରଜତ ସୌମ୍ୟ ଅନୁରାଗ,ବିପିଏମ ସୁଜିତ ସିଂ କୁମାର,ଦୁଷ୍ମନ୍ତ କୁମାର ରାଉତ, ଫାର୍ମାସିଷ୍ଟ ଧୀରେନ୍ଦ୍ର ନାଏକ ଉପସ୍ଥିତ ରହି ଡେଙ୍ଗୁ ନିରାକରଣ ଉପରେ ସଚେତନ କରିବା ସହ ଲୋକଙ୍କୁ ଡେଙ୍ଗୁ ପ୍ରତିରୋଧ ପାଇଁ ସଚେତନ କରିଥିଲେ। ଏହି ଡେଙ୍ଗୁ ନିରାକରଣ କର୍ମଶାଳା ରେ ଲଡୁଗାଁ ର ବିଭିନ୍ନ ବ୍ୟବସାୟିକ ଶିଳ୍ପାନୁଷ୍ଠାନ ର ମାଲିକ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସ୍ୱାସ୍ଥ୍ୟ କର୍ମଚାରୀ ଶ୍ରବଣ କୁମାର ପାଢୀ ମଳୟ ଠାକୂର ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ